ଆଜି ଆଇପିଏଲ ଫାଇନାଲ ମ୍ୟାଚ: ଟାଇଟଲ ପାଇଁ ଗୁଜରାଟ-ରାଜସ୍ଥାନ ଲଢେଇ

161

କନକ ବ୍ୟୁରୋ: ଆଇପିଏଲ-୨୦୨୨ର ଫାଇନାଲ ମୁକାବିଲା ଆଜି ଖେଳାଯିବ । ରାତି ୮ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟ୍ରଫି ପାଇଁ ଗୁଜରାଟ ଟାଇଟନସ ଓ ରାଜସ୍ଥାନ ରୋୟାଲସ ମଧ୍ୟରେ ଲଢେଇ ହେବ । ଦୀର୍ଘ ୩୭ ଦିନର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ ତଥା ଘମାଘୋଟ ଲଢେଇ ଏବଂ ୭୩ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚ ପରେ ଖେଳାଯିବ ମେଗା ଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଖାପାଖି ଏକ ଲକ୍ଷ ଦର୍ଶକଙ୍କ ଉପସ୍ଥିତରେ ଗ୍ରାଣ୍ଡ ଫିନାଲେ ଏହା ମହା ଟକ୍କର ହେବ ।

ପ୍ରଥମ ଥର ପାଇଁ ଆଇପିଏଲ ଖେଳୁଥିବା ଗୁଜୁରାଟ ଟାଇଟନସ ପଏଂଟ ତାଲିକାର ଶୀର୍ଷରେ ରହି କ୍ୱାଲିଫାୟରକୁ ଯାଇଥିଲା । ସେଠାରେ ରାଜସ୍ଥାନ ରୟାଲସକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ ରାଜସ୍ଥାନ ଦ୍ୱିତୀୟ କ୍ୱାଲିଫାୟାରରେ ଏଲିମିନେଟର ମ୍ୟାଚର ବିଜେତା ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ସହଜରେ ହରାଇ ଫାଇନାଲ ଟିକେଟ ହାସଲ କରିଛି । ଏବେ ରାଜସ୍ଥାନ ପାଖରେ କ୍ୱାଲିଫାୟାର ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି । ସେହିପରି ପ୍ରଥମ ଥର ପାଇଁ ଆଇପିଏଲ ମ୍ୟାଚ ଖେଳୁଥିବା ଗୁଜୁରାଟ ଟାଇଟନସ ଚାଂପିଅନ ହେବାର ସୁବର୍ଣ୍ଣ ସୁଯୋଗ ରହିଛି ।