ଇଣ୍ଡୋନେସିଆରେ ବଡଧରଣର ଭୂମିକମ୍ପ: ୪୪ ମୃତ, ୩୦୦ରୁ ଅଧିକ ଆହତ

131

କନକ ବ୍ୟୁରୋ: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ବଡ ଧରଣର ଭୂମିକମ୍ପ  । ୪୪ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ବର୍ତ୍ତମାନ ସୁଦ୍ଧା ଖବରରୁ ଜଣାପଡିଛି । ତେବେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି ।

ସୂଚନା ମୁତାବକ,  ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ଥିଲା । ପଶ୍ଚିମ ଜାଭାର ସିୟାନପୁରଠାରୁ ୧୦ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଅବଶ୍ୟ ସୁନାମୀ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଏହାପୂର୍ବରୁ ମଧ୍ୟ ଗତ ଶୁକ୍ରବାର ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂମିକମ୍ପ ସୃଷ୍ଟି ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ ବେଙ୍ଗକୁଲଠାରୁ ୨୦୨ କିଲୋମିଟର ଦୂରରେ ସଙ୍ଗଠିତ ହୋଇଥିଲା । ଏହାପରେ ବି ୫.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା ।