କାହିଁକି ଚୀନ୍ ଭାରତକୁ ଡରୁଛି ? ଯୁଦ୍ଧ କରିବା ଆଗରୁ ଚୀନ୍ ଦେଖୁ ଭାରତର ସେନା ଶକ୍ତି

108

ସିକିମ୍ ସୀମାର ଡୋକଲାମ ବିବାଦକୁ ନେଇ ପୁଣି ଭାରତକୁ ଧମକାଇଛି ଚୀନ୍ । ମୋଦି ସରକାରକୁ ସିଧା ଆହ୍ୱାନ ଦେଇଛି । ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ହୋଇଛି ମୋଦି ସରକାର ଭାରତକୁ ଯୁଦ୍ଧ ଆଡକୁ ନେଉଛନ୍ତି । ଖବର କାଗଜ କହିଛି, ଯୁଦ୍ଧ ହେବା ସ୍ଥିତି ଯେମିତି ନିଶ୍ଚିତ ହେବାରେ ଲାଗିଛି । ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ କହିସାରିଛନ୍ତି ,ବର୍ତ୍ତମାନର ସମୟ ୧୯୬୨ ମସିହା ଠାରୁ ସଂପୂର୍ଣ୍ଣ ଭିନ୍ନ । ଏହା ସହ ପ୍ରକାଶିତ ଖବର ଅନୁସାରେ ଚୀନ୍ ସେନା ଡୋକଲାମରେ ଭାରତୀୟ ସେନା ବିରୋଦ୍ଧରେ ୨ସପ୍ତାହ ଭିତରେ ଛୋଟ ଅପରେସନ ଚଳାଇପାରେ । ଏଥିରେ ଆଉ ମଧ୍ୟ ଲେଖା ଯାଇଛି ଯେ ଚୀନ୍ ସରକାର ଏହି ସେନା ଅପରେସନ ପୂର୍ବରୁ ଭାରତ ସରକାରକୁ ଜଣାଇବ ।

ବର୍ତ୍ତମାନର ଭାରତ-ଚୀନର ସେନା ଶକ୍ତି –
ପ୍ରଶ୍ନ ଉଠୁଛି ଚୀନ ଯେମିତି ଯୁଦ୍ଧ ଖୋର ମନୋଭାବ ନେଇ ବାରମ୍ବାର ଭାରତକୁ ଧମକାଇ ଚାଲିଛି । ଆଉ ଭାରତ ମଧ୍ୟ ତାର ଅନୁରୂପ ଜବାବ ଦେଇପାରିବ ବୋଲି କହୁଛି । ତାହେଲେ କାହାର କେତେ ସେନା ଶକ୍ତି ଏହା ଉପରେ ଆସନ୍ତୁ ନଜର ଦେବା –

୧ – ୨୦୧୭ରେ ଦୁଇ ଦେଶର ସେନା ଶକ୍ତି ଓ କ୍ଷମତା ଉପରେ ଯଦି ନଜର ଦେବା ତ ଅସ୍ତ୍ରଶସ୍ତ୍ର ଓ କୈାଶଳ ମାମଲାରେ ଚୀନ ଯଦିଓ ଆଗରେ ,କିନ୍ତୁ ଯୁଦ୍ଧ ଭଳି ସ୍ଥିତିରେ ଭାରତ ପାଖରେ ଲମ୍ବା ସମୟ ଧରି ଚୀନକୁ ପ୍ରତିରୋଧ କରିବାର କ୍ଷମତା ଅଛି ।

୨ – ଏକ ରିପୋର୍ଟ ଅନୁସାରେ , ୧୯୬୨ରେ ଯେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା , ସେତେବେଳେ ଭାରତ ପାଖରେ ସମୁଦାୟ ୧୨ହଜାର ସୈନିକ ଥିଲେ ଏବଂ ଚୀନ ପାଖରେ ୮୦ ହଜାର ସୈନିକଙ୍କ ସହ ବଡ କ୍ଷମତା ଥିଲା । ଏବେ ୨୦୧୭ରେ ସ୍ଥିତି ବହୁତ ଅଲଗା । ଚୀନ ପାଖରେ ୪୬,୩୫,୦୦୦ ସୈନିକ ଥିବା ବେଳେ ଭାରତ ପାଖରେ ୩୪,୬୮,୦୦୦ ସୈନିକ ଅଛନ୍ତି । ଏଥିରୁ ୧୩,୨୫,୦୦୦ ସକ୍ରିୟ ସୈନିକ ଭାରତ ପାଖରେ ଅଛନ୍ତି । ଚୀନ ପାଖରେ ସକ୍ରିୟ ସୈନିକ ସଂଖ୍ୟା ୨୩,୩୫,୦୦୦ ଅଟେ ।

୩ – ଚୀନ ପାଖରେ ୧୩୮୫ଟି ଯୁଦ୍ଧ ବିମାନ ଥିବାବେଳେ ଭାରତ ପାଖରେ ୮୦୯ଟି ଯୁଦ୍ଧ ବିମାନ ରହିଛି । ଚୀନ ପାଖରେ ୨୦୬ଟି ହେଲିକପ୍ଟର ଥିବା ବେଳେ ଭାରତ ପାଖରେ ୨୭ଟି ହେଲିକପ୍ଟର ଅଛି ।

୪ – ସୂଚନା ଏହି ଯେ, ଭାରତୀୟ ବାୟୁସେନା ପାଖରେ ୧୯୬୨ରେ ସେପରି ଯୁଦ୍ଧ ବିମାନ ନଥିଲା । ଫଳରେ ତିବ୍ଦତର ଉଚ୍ଚା ଅଂଚଳରେ ଚୀନ ବାୟୁସେନାକୁ ପ୍ରତିହତ କରିପାରିନଥିଲା । ହେଲେ ଏବେ ଭାରତର ଏହି ସମସ୍ୟାରେ ସୁଧାର ଆସିଛି । ଚୀନକୁ ଲାତ୍ ଦେବା ଭଳି ଯୁଦ୍ଧ ବିମାନ ରଖିଛି ଭାରତ ।

୫ – ସୈନିକ , ଯୁଦ୍ଧ ସରଂଜାମ ଓ ଉନ୍ନତ କୈାଶଳ ମାମଲାରେ ଭାରତର ଶକ୍ତି ବଢିବାରେ ଲାଗିଛି । ଚୀନ ପାଖରେ ଏସ୍-୪୦୦ ଡେଫେନ୍ସ ମିସାଇଲ୍ ସିଷ୍ଟମ୍ ରହିଛି । ଭାରତ ରୁଷ୍ ଠାରୁ ଏପରି ସିଷ୍ଟମ କିଣୁଛି ମଧ୍ୟ । ଆକାଶରୁ ଆକାଶ ଆକ୍ରମଣକାରୀ ମିସାଇଲ୍ ଠାରୁ ନେଇ ଯୁଦ୍ଧ ବିମାନ ଓ ସ୍ଥଳ ଯୁଦ୍ଧ କ୍ଷେତ୍ରରେ ଭାରତ ଖୁବ୍ ଆଗେଇ ଚାଲିଛି ।

୬ – ଦୁଇ ଦେଶ ଏସିଆର ଏକ ବଡ ଶକ୍ତି ଭାବେ ଉଭା ହୋଇଛନ୍ତି ଏବଂ ପରମାଣୁ ଶକ୍ତି ସଂପର୍ଣ୍ଣ ଦେଶ ମଧ୍ୟ ପାଲଟିଛନ୍ତି । ବର୍ତ୍ତମାନର ଏହି ଦୁଇଦେଶର ଅଶାନ୍ତିରେ ସବୁଠୁ ବଡ ସମସ୍ୟା ପରମାଣୁ ଯୁଦ୍ଧକୁ ନେଇ । କିନ୍ତୁ ପରମାଣୁ ଅସ୍ତ୍ରଶସ୍ତ୍ରରେ ଚୀନ ଭାରତ ଠାରୁ ଆଗରେ ରହିଛି । ଚୀନ ପାଖରେ ୧୫୦ରୁ ୨୦୦ପରମାଣୁ ଅସ୍ତ୍ର ରହିଛି । ଭାରତର ପାଖରେ ୫୦ରୁ ୯୦ ପରମାଣୁ ଅସ୍ତ୍ର ରହିଛି ।

୭ – ଭାରତ ପାଖରେ ବିଶ୍ୱର ସବୁଠୁ ଦ୍ରୁତ ଏଣ୍ଟି-ଶିପ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍ ରହିଛ ।ଏହାର ବେଗ ପ୍ରତି ଘଣ୍ଟାକୁ ୩,୬୭୫ କିମି ଅଟେ । ଏହା ୨୯୦ କିମି ଦୂର ଯାଏ ଲକ୍ଷ୍ୟ ଭେଦ କରିପାରିବାର କ୍ଷମତା ରଖିଛି ।

ଚୀନ-ଭାରତ ମଧ୍ୟରେ ଏବେ ବହୁିତ କିଛି ପରିବର୍ତ୍ତନ ଘଟିଛି । ଦୁଇ ଦେଶ ପୂର୍ବାପେକ୍ଷା ଶକ୍ତିଶାଳୀ ମଧ୍ୟ ହୋଇଛନ୍ତି । ହେଲେ ଯୁଦ୍ଧ ହେଲେ ଦୁଇ ଦେଶର ପ୍ରମୂଖ କ୍ଷତି ଘଟିବ । ଏଣୁ ଯୁଦ୍ଧ କରିବା ପୂର୍ବରୁ ଚୀନ ପରଖୁ ପ୍ରଥମେ ଭାରତର ସେନା ଶକ୍ତିକୁ ।
(ସୈାଜନ୍ୟ – ଆଜତକ୍ )