ଲଦାଖରେ ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ। ସ୍ୱଦେଶୀ ଅତ୍ୟାଧୁନିକ ହତିଆର ସହ ଦମ ଦେଖାଇଲେ ଯବାନ। 

85

କନକ ବ୍ୟୁରୋ: ସମୟ ସହ ଅଧିକ ମଜବୁତ ହେଉଛି ଭାରତୀୟ ସେନା । ଲଦାଖରେ ମୃତୟନ ହେଲା ସ୍ୱଦେଶୀ କୌଶଳରେ ନିର୍ମିତ ସୈନ୍ୟ ବୋଟ ଓ ଡ୍ରୋନ । ସୈନ୍ୟ ବୋଟରେ ଏକାସହ ୩୫ଜଣ ଯବାନ ହ୍ରଦର କୌଣସି ଭାଗକୁ ଖୁବ କମ ସମୟରେ ପହଁଚିପାରିବେ । ଏଥିସହ ଫରୱାର୍ଡ ପୋଷ୍ଟରେ ଏକାଧିକ ହତିଆର ଓ ଯୁଦ୍ଧ ଯାନକୁୁ ମୃତୟନ କରାଯାଇଛି । ସେପଟେ ଚୀନକୁ ନିଜର ଦମ ଦେଖାଇ ଲଦାଖରେ ସେନା ଶକ୍ତି ପ୍ରଦର୍ଶନ ମଧ୍ୟ କରିଛି  ଭାରତୀୟ ସେନା । ପାଙ୍ଗଗଂ ଦ୍ରଦ ନିକଟରେ ମୃତୟନ ଲ୍ୟାଡିଂ କ୍ରାପ୍ଟ ଆସଲଟ ନିଜର ଶକ୍ତି ପ୍ରଦର୍ଶନ କରିଛି । । ଲଦାଖରେ ଚୀନ ଉପରେ କଡ଼ା ନଜର ରଖିବା ପାଇଁ ସମୟ ଅନୁସାରେ ସେନାକୁ ଅଧିକ ମଜବୁତ କରୁଛି ଭାରତ ।  ଆଧୁନିକ ଉପାୟ ଆପଣାଇ ଚୀନ ଉପରେ କଡ଼ା ନଜର ରଖିବାକୁ ଚେଷ୍ଟା କରୁଛି ଭାରତ । ସେନାକୁ ଅଧିକ ମଜୁବତ କରିବ ସ୍ୱଦେଶୀ ହତିଆର । ମଙ୍ଗଳବାର ସେନାକୁ ମିଳିଛି  ସ୍ୱଦେଶୀ ତଥା ଶକ୍ତିଶାଳୀ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହତିଆରା ସେନାକୁ ଏକେ ୨୦୩ ଆସଲଟ ରାଇଫଲ ଓ ଏଫ-ଇନସାସ ରାଇଫଲ ସହ ଆଂଟି ପର୍ସନାଲ ମାଇନ ନିପୁଣ ଡ୍ରୋନ, ବାଲେଷ୍ଟିକ ହେଲମେଟ, ଗଗଲସ, ବୁଲେଟପ୍ରୁଫ ଜ୍ୟାକେଟ ଏଲବୋ ପ୍ୟାକ୍, ରାତି ସମୟରେ ଶତ୍ରୂଙ୍କୁ  ଚିହ୍ନଟ କରିବା ପାଇଁ ଇନଫ୍ରିଟିଂ ସୋଲଜରକୁ ଏକ ବିଶେଷ ଲାଇଟ  ମିଳିଛି ।

ଏଥିସହ ସିଆଚିନ ଗ୍ଲାସିୟର ନିକଟରେ ପରତାରପୁର ଆର୍ମି ବେସ ପାଇଁ ୧ହଜାର ମେଗା ୱାଟରର ସୌରଶକ୍ତି ପରିଯୋଜନାର ଶୁଭାରମ୍ଭ ହୋଇଛି । କୋର ଅଫ ଇଂଜିନିୟରଙ୍କ ଦ୍ୱାରା ନିର୍ମିତ ଏହି ପାୱାର ପ୍ଲାଂଟ ଏବେ ଡିଜେଲ ଉପରେ ନିର୍ଭରକୁ କମ କରିବାରେ ସହାୟକ ହେବ  ଓ ଆବଶ୍ୟକତା  ଅନୁସାରେ ବିଜୁଳି ପାଇପାରିବେ ଯବାନ । ଏହି ସମସ୍ତ ହତିଆର ଭାରତୀୟ କମ୍ପାନୀ ଇଇଏଲ ଦ୍ୱାରା ନିର୍ମାଣ କରାଯାଇଛି । ଚୀନ ଚାଲକୁ ରୋକିବା ପାଇଁ ଏଲଏସିରେ ମୃତୟନ ଜାବନଙ୍କୁ ଏହା ବେଶ ସହାୟକ ହେବ ।