ବର୍ଷା ବିଗାଡିଲା ଭାରତ ବନାମ ପାକିସ୍ତାନ ମ୍ୟାଚ, ରିଜର୍ଭ ଡେ ରେ ପୁଣି ଖେଳାଯିବ ମ୍ୟାଚ

505

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚ୍ ବର୍ଷା କାରଣରୁ ସ୍ଥଗିତ ରହିଛି । ସୁପର ୪ମୁକାବିଲାରେ ଆଜି ପ୍ରଥମେ ଟସ୍ ଜିତି ପାକିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ତରଫରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ପଡିଆକୁ ଆସି ସୁନ୍ଦର ପ୍ରଦର୍ଶନ କରିଥିଲେ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ । ଉଭୟ ଯୋଡି ଭଲ ପ୍ରଦର୍ଶନ କରି ବ୍ୟକ୍ତିଗତ ଭାବେ ଉଭୟ ୫୦ ରନ୍ ଲେଖାଏଁ କରିବାରେ ସଫଳ ହୋଇଥିଲେ । ହେଲେ ବର୍ଷା ବାଧକ ସାଜିବାରୁ ମ୍ୟାଚକୁ ସ୍ଥଗିତ ରଖାଯାଇଛି ।

ବର୍ଷାକୁ ଦେଖି ମ୍ୟାକୁ ରିଜର୍ଭ ଡେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହାର ଅର୍ଥ ଯଦି ଆସନ୍ତା କାଲି ପାଗ ଭଲ ରୁହେ ତେବେ ଆସନ୍ତା କାଲି ଆଜିଠାରୁ ଅଟକି ଥିବା ମ୍ୟାଚରୁ ପୁଣି ଆରମ୍ଭ ହେବ ।

ଆଜିର ମ୍ୟାଚରେ ରୋହିତ ଶର୍ମା ଓ ଶୁଭମନ ଗିଲ ପ୍ରଥମ ୱିକେଟରେ ୧୨୧ ରନ କରିଥିଲେ । ସେମାନେ ଆଉଟ୍ ହୋଇ ପାଭିଲିୟନକୁ ଫେରିଯିବା ପରେ ବିରାଟ କୋହଲୀ ଓ କେଏଲ ରାହୁଲ ପାରିକୁ ଆଗକୁ ବଢାଇଥିଲେ । ୨୪.୧ ଓଭରରେ ଭାରତ ୨ ୱିକେଟ ହରାଇ ୧୪୭ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା ।