ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ । ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଚୂଡ଼ାନ୍ତ ଏକାଦଶରେ ପରିବର୍ତନ ସହ ମଇଦାନକୁ ଓହ୍ଲାଇପାରେ ଦଳ

425

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ ଉପରେ ସିରିଜ୍ ପରାଜୟ ଭୟ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଜୋହାନସବର୍ଗରେ ଖେଳାଯିବ । ମ୍ୟାଚଟି ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ମୁକାବିଲାକୁ ଜିତିଥିଲା ଘରୋଇ ଦଳ । ବିଜୟ ସହ ଦକ୍ଷିଣ ଅଫ୍ରିକା ୧-୦ରେ ଆଗରେ ରହିଛି । ସିରିଜ୍ ବଞ୍ଚାଇବାକୁ ହେଲେ, ଭାରତକୁ ଆଜି ମ୍ୟାଚ୍ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ । ଦ୍ୱିତୀୟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ୧୮୦ ରନ୍ କରିଥିବା ବେଳେ ବର୍ଷା ବାଧକ ସାଜିଥିଲେ । ପରେ ଦକ୍ଷିଣ ଆଫ୍ରିକା ଆଗରେ ଡିଏଲଏସ୍ ଆଧାରରେ ୧୫ ଓଭର ୧୫୨ ରନ୍ ଟାର୍ଗେଟ୍ ରଖାଯାଇଥିଲା । ଦଳ ଏହାକୁ ୭ ବଲ୍ ବାକି ଥାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ରିଙ୍କୁ ସିଂ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ମାରିଥିବା ବେଳେ ବୋଲିଂରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଆଜି ମ୍ୟାଚରେ ଭାରତ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତନ କରିବା ନେଇ ସୂଚନା ମିଳିଛି ।