ଟଲିଉଡରେ କୋରାପୁଟର ଝିଅର କମାଲ । ମଙ୍ଗଳବାରମ ସିନେମାରେ ଅଭିନୟ କରି ଚର୍ଚ୍ଚାରେ ସେମିଲିଗୁଡାର ସୁମନ ଖିଲୋ 

256

କନକ ବ୍ୟୁରୋ: ଟଲିଉଡରେ ଓଡିଆ ଝିଅର କମାଲ । ସାଉଥ୍ ବ୍ଲକବଷ୍ଟର ମୁଭି ମଙ୍ଗଲବାରମରେ କୋରାପୁଟର ଜଣେ ଆଦିବାସୀ ଝିଅଙ୍କ ଜଲୱା । କୋରାପୁଟ ସେମିଲିଗୁଡାର ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ ସୁମନ ଖିଲୋ ଏହି ସିନେମାରେ ଅଭିନୟ କରିଛନ୍ତି । ସୁମନ ଖିଲୋ ପୂର୍ବରୁ ଅନେକ ତାମିଲ ଓ ତେଲୁଗୁ ସିନେମାରେ ଛୋଟ ମୋଟ ଭୂମିକାରେ ନଜର ଆସି ଥିବା ବେଳେ ନିର୍ଦ୍ଦେଶକ ଅଜୟ ଭୁପତିଙ୍କ ନିର୍ଦେଶିତ ବ୍ଲକ ବଷ୍ଟର ମୁଭି ମଙ୍ଗଳବାରମରେ ଗୁରୁତପୂର୍ଣ୍ଣ ଭୁମିକାରେ ଅଭିନୟ କରିଛନ୍ତି ।

ମଙ୍ଗଳବାରମ୍ ଚଳଚିତ୍ର ସାଉଥର ନାମୀଦାମି ପ୍ରଡକ୍ସନ ହାଉସ ମୁଦ୍ରା ମିଡିଆ ଓାର୍କ୍ସ ଏବଂ ଏ କ୍ରିଏଶନ ଦ୍ୱାରା ପ୍ରସ୍ତୁତ ହୋଇ ଥିବା ବେଳେ ହିନ୍ଦୀ, ତେଲେଗୁ ସମେତ ୫ଟି ଭାଷାରେ ନିକଟରେ ରିଲିଜ ହୋଇଛି । ଏହି ମଙ୍ଗଳଓାରମ୍ ଚଳଚିତ୍ର ସୁମନଙ୍କ କ୍ୟାରିୟରରେ ବଡ ପରିବର୍ତନ ଆଣିପାରିବ ବୋଲି ଆଶା ରଖିଛନ୍ତି । ସୁମନ ପ୍ରଥମେ ସେମିଲିଗୁଡା ଠାରେ ଦଶମ ଓ ମେକାନିକାଲ ଇଂଜିନିୟରିଙ୍ଗ ଡିପ୍ଲୋମା ସାରି ଭୁବନେଶ୍ୱର ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାସନ ଡିଜାଇନିଙ୍ଗ ଅନୁଷ୍ଠାନରେ ଫ୍ୟାଶନ ଡିଜାଇନିଙ୍ଗର ସ୍ନାତକ ପାସ କରିଥିଲେ । ଓଡିଶାରେ ସୁମନ ୨୦୧୬ରେ ମିସ ପ୍ରିଟି ଓଡିଶା ଓ ୨୦୧୭ରେ ମିସ୍ ସପୋର୍ଟ ଓଡିଶା ପରି ଅନେକ ଟାଇଟଲ୍ ହାତେଇବା ପରେ ସେ ହାଇଦ୍ରାବାଦ ଚାଲି ଯାଇ ଥିଲେ ।