ତଳମୁହାଁ ରାଜ୍ୟର ପାରଦ । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ । କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ ।

189

କନକ ବ୍ୟୁରୋ: ରାଜ୍ୟରେ ପାରଦ ତଳମୁହାଁ ରହିଛି । କିଛି ଦିନ ହେବ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଏହାରି ଭିତରେ କୁହୁଡି ବଢିଛି । ବିଭିନ୍ନ ସ୍ଥାନରେ କୁହୁଡି ବଢିଥିବା ଦେଖିବାକୁ ମିଳିଛି । ଆଜି ଓ ଆସନ୍ତାକାଲି ଏହି କୁହୁଡି ଅନୁଭୂତି ହେବ ବୋଲି ସଦ୍ୟ ରିପୋର୍ଟ ଆଧାରରେ ପାଣିପାଗ କେନ୍ଦ୍ର ଆକଳନ କରିଛି । ମଙ୍ଗଳବାର ଏବଂ ବୁଧବାର ରାଜ୍ୟରେ କେନ୍ଦୁଝରରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି, ଯାହାକି ସର୍ବନିମ୍ନ ।