ଜାଡେଜା-ଅକ୍ଷରଙ୍କ ଅର୍ଦ୍ଧଶତକ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୪୪ ରନରେ ଆଗୁଆ

149

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଯାଇଛି । ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୧୧୪ ଓଭରରେ ୭ ୱିକେଟ ହରାଇ ୩୨୧ ରନ କରିଛି । ଫଳରେ ଭାରତ ୧୪୪ ରନରେ ଆଗୁଆ ରହିଛି । ପ୍ରଥମେ ରୋହିତ ଶର୍ମାଙ୍କ ଶତକ ଆଉ ଏବେ ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ଏକ ବଡ ସ୍କୋର ଅଭିମୁଖେ ଆଗଉଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଲାବ୍ରୁସେନ ୪୯ ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ୩୭, ଆଲେକ୍ସ କ୍ୟାରି ୩୬ ରନ କରିଥିଲେ । ଫଳରେ ଦଳ ୬୩ ଓଭର ୫ ବଲ ଖେଳି ୧୭୭ ରନରେ ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଜାଡେଜା ଓ ଅଶ୍ୱିନୀଙ୍କ ସ୍ପିନର ଯୋଡିରେ ଘାଇଲା ହୋଇଥିଲା କଙ୍ଗାରୁ ଦଳ । ଜାଡେଜା ୫ ୱିକେଟ ନେଇଥିଲା ବେଳେ ଅଶ୍ୱିନୀ ୩ ୱିକେଟ ନେଇଥିଲେ ।

ସେହିପରି ଭାରତ ତାର ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରିଥିଲା । କ୍ୟାପଟେନ ରୋହିତ ଶର୍ମା ୧୨୦ ରନ କରି ଶତକ ହାସଲ କରିଥିଲେ । ଏହାସହ ରବିନ୍ଦ୍ର ଜାଡେଜା ୬୬, ଅକ୍ଷର ପଟେଲ ୫୨ ରନ କରି ନଟ ଆଉଟ ରହିଛନ୍ତି । ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୧୪ ଓଭରରେ ୭ ୱିକେଟ ହରାଇ ୩୨୧ ରନ କରିପାରିଛି ।