ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାକୁ ଭାରତ ସାଜିପାରେ ମଧ୍ୟସ୍ଥି । ଋଷ ମନ୍ତ୍ରୀଙ୍କ ବୟାନ ବଢାଇଲା ଚର୍ଚ୍ଚା ।

143

କନକ ବ୍ୟୁରୋ : ଋଷର ବୈଦଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସି ବଡ ବୟାନ ଦେଇଛନ୍ତି । ୟୁକ୍ରେନର ବୈଦଶିକ ମନ୍ତ୍ରୀ ସଗ୍ରଇ ଲାବରୋଭ କହିଛନ୍ତି, ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲଗାଇବାକୁ ଭାରତ ମଧ୍ୟସ୍ଥତା ଭୂମିକାରେ ନଜର ଆସିପାରେ । କାରଣ ଏବେ ସୁଦ୍ଧା ଉଭୟ ଦେଶ ମଧ୍ୟରେ ହୋଇଥିବା ଶାନ୍ତିବାର୍ତ୍ତାରେ କୌଣସି ସୁଫଳ ମିଳିନାହିଁ ।

ଭାରତ ଗସ୍ତରେ ଆସିଥିବା ଋଷ ବୈଦଶିକ ମନ୍ତ୍ରୀ ଭାରତର ବିଦେଶ ନୀତିକୁ ବେଶ ପ୍ରଂଶସା କରିଛନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଭାରତ ଓ ଋଷ ମଧ୍ୟରେ ଆଲୋଚନା ହୋଇଛି । ଋଷର ବୈଦଶିକ ମନ୍ତ୍ରୀ ଭାରତର ବିଦେଶ ନୀତିକୁ ବାରମ୍ବାର ପ୍ରଂଶସା କରିବା ସହ କହିଛନ୍ତି, ଋଷ ଠାରୁ ନୂଆଦିଲ୍ଲୀ ଯଦି କିଛି କିଣିବାକୁ ଚାହୁଁଛି ତେବେ ଏହାକୁ ଯୋଗାଇ ଦେବାକୁ ଆମେ ପ୍ରସ୍ତୁତ ।

ଏହାସହ ଋଷର ମନ୍ତ୍ରୀ କହିଛନ୍ତି, ଭାରତର ବିଦେଶ ନୀତିରେ ସ୍ୱତନ୍ତ୍ରତା ରହିଛି ଏବଂ ଏହା ବାସ୍ତବିକ ହିତ ଉପରେ ପର୍ଯ୍ୟବେଷିତ । ଆଉ ଏହି ନୀତି ଋଷ ସଂଘ ମଧ୍ୟ ଆପଣାଇଛି । ଯେଉଁଥିପାଇଁ ଭାରତ ଆମର ଭଲ ବନ୍ଧୁ ହେବା ସହ ବିଶ୍ୱାସୀ ସହଯୋଗୀ ସାଜିଛି । ଆମେରିକା ଯେଉଁଭଳି ଚାପ ପକାଉଛି ତାହାସତ୍ତେ୍ୱ ମଧ୍ୟ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପ୍ରଭାବିତ ହେବ ନାହିଁ ।

ୟୁକ୍ରେନ୍ ସହ ଯୁଦ୍ଧକୁ ନେଇ ଲାବରୋଭ କହିଛନ୍ତି, ଯାହାକୁ ବିଶ୍ୱ ଯୁଦ୍ଧ କହୁଛି ତାହା ସତ ନୁହେଁ । ଏହା ଏକ ବିଶେଷ ଅପରେସନ । ଯେଉଁଥିରେ ସୈନ୍ୟ ଶିବିର ଉପରେ ଆକ୍ରମଣ କରାଯାଉଛି । ଆମର ଉଦ୍ଦେଶ୍ୟ ହେଉଛି, ଋଷ ପାଇଁ ଆସୁଥିବା କୌଣସି ବିପଦକୁ ପ୍ରତିହତ କରିବା ।