ପ୍ରେମିକା ପାଇଁ ଖଣ୍ଡଯୁଦ୍ଧ: ପ୍ରତିଶୋଧପରାୟଣ ହୋଇ ପ୍ରେମିକଙ୍କୁ ଅପହରଣ କଲା ଅନ୍ୟ ଜଣେ ପ୍ରେମିକ

339

କନକ ବ୍ୟୁରୋ: ପ୍ରେମ ପାଇଁ ଖଣ୍ଡଯୁଦ୍ଧ । ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଆଉ ପ୍ରତିଶୋଧ ନେବାକୁ ଯାଇ ଜଣେ ପ୍ରେମିକ ଅନ୍ୟ ଜଣେ ପ୍ରେମିକଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏହି ଅପହରଣ ନାଟକ ପଛରେ ପ୍ରେମିକାର ଭାଇ ମଧ୍ୟ ସାମିଲ ଥିଲେ ବୋଲି ଜଣାପଡିଛି । ଗତ ୧୧ ତାରିଖ ସନ୍ଧ୍ୟାରେ ରାଜଧାନୀ ୟୁନିଟ୍-୮ ପାସପୋର୍ଟ ଅଫିସ ନିକଟରେ ନିଜ ପୁରୁଷ ବନ୍ଧୁ ରାଜା ସେଠୀ ସହ ଛିଡା ହୋଇ କଥା ହେଉଥିଲେ ପ୍ରିୟା ନାୟକ । କିଛି ଯୁବକ ବାଇକରେ ଆସି ଖଣ୍ଡା ଦେଖାଇ ରାଜା ସେଠୀଙ୍କୁ ଅପହରଣ କରିଥିଲେ । ତାଙ୍କୁ ଭୁବନେଶ୍ୱରରୁ ଉଠାଇ ନେଇ ପୁରୀ ରେ ମୁଣ୍ଡ ଜାମିନ ରଖିଥିଲେ । ପରେ ରାଜା ସେଠୀଙ୍କୁ ପୁରୀରୁ ଉଦ୍ଧାର କରାଯାଇଛି । ଘଟଣାରେ ଦୁଇ ନାବାଳକ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ପ୍ରିୟାଙ୍କ ବନ୍ଧୁ ଅଙ୍କିତ କଅଁର ଓ ଭାଇ ପ୍ରକାଶ ନାୟକକୁ ଗିରଫ କରିଛି । ପ୍ରିୟାଙ୍କ ସହ ରାଜାଙ୍କ ଅତ୍ୟଧିକ ବନ୍ଧୁତାକୁ ସହି ପାରୁନ ଥିଲା ଅଙ୍କିତ । ଅଙ୍କିତ ଓ ତା ସାଙ୍ଗ ପ୍ରିୟାର ଭାଇ ପ୍ରକାଶ ମିଶି ରାଜାକୁ ପାନେ ଦେବାକୁ ଯୋଜନା କରିଥିଲେ ।