ଅବୈଧ ଫୋନ ଟ୍ୟାପିଂ ମାମଲା: ଏନଏସଇର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଗିରଫ। ୪ ଦିନ ରିମାଣ୍ଡରେ ନେବ ଇଡି।

267

କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଛି । କୋର୍ଟ ଇଡିକୁ ୪ ଦିନିଆ ରିମାଣ୍ଡ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ଏହା ପୂର୍ବରୁ ଇଡି ମୁମ୍ବାଇର ପୂର୍ବତନ ପୋଲିସ ଆୟୁକ୍ତ ସଞ୍ଜୟ ପାଣ୍ଡେ, ଚିତ୍ରା ରାମକୃଷ୍ଣ, ରବି ନାରାୟଣଙ୍କ ନାଁରେ ଅବୈଧ ଫୋନ ଟ୍ୟାପିଂ ମାମଲା ଏବଂ ଷ୍ଟକ ଏକ୍ସଚେଞ୍ଜ କର୍ମଚାରୀଙ୍କ ଗୁଇନ୍ଦାଗିରି ମାମଲାରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିଲା ।

ଇଡି ପ୍ରୋବେସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ୨୦୦୨ରେ ଅପରାଧିକ ଧାରାରେ ମାମଲା ରୁଜୁ ହୋଇଛି । ଇଡି, ସିବିଆଇ ଦ୍ୱାରା ମାମଲା ପରେ ଏକ ସପ୍ତାହ ମଧ୍ୟରେ ଚିତ୍ରା ରାମକୃଷ୍ଣ, ରବି ନାରାୟଣ ଏବଂ ସଞ୍ଜୟ ପାଣ୍ଡେ ବିରୋଧରେ ମାମଲା ରୁଜୁ କରିଥିଲା ।