ମାନବ ଚାଲାଣ ମାମଲାରେ ଦଲେର ମେହନ୍ଦୀଙ୍କୁ କୋର୍ଟଙ୍କ ଝଟକା, ୧୫ ବର୍ଷ ପରେ ଦଲେରଙ୍କୁ ୨ ବର୍ଷ ଜେଲ ଦଣ୍ଡ

448

କନକ ବ୍ୟୁରୋ : ୧୫ ବର୍ଷ ତଳର ମାନବ ଚାଲାଣ ମାମଲାରେ ଲୋକପ୍ରିୟ ଗାୟକ ଦଲେର ମେହନ୍ଦୀଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ପଟିଆଲା କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହି ମାମଲାରେ ପ୍ରଥମେ ପଟିଆଲା କୋର୍ଟ ଦଲେରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଓ କିଛି ସମୟ ପରେ ଏଭଳି ଦଣ୍ଡ ଶୁଣାଇଛନ୍ତି ।

୨୦୦୩ ର ଏହି ମାମଲାରେ ଦଲେରଙ୍କୁ ଏଭଳି ସଜା ଶୁଣାଇବା ପରେ ପୋଲିସ ତୁରନ୍ତ ଦଲେରଙ୍କୁ ହେପାଜତକୁ ନେଇଛି । ୨୦୦୩ ରେ ସଦର ଥାନା ପୋଲିସ ତରଫରୁ ବଲ ବେଡା ଗାଁରେ ରହୁଥିବା ବକ୍ସିଶ ସିଂଙ୍କ ଅଭିଯୋଗ ଆଧାରରେ ଦଲେର ମେହନ୍ଦୀ ଓ ତାଙ୍କ ଭାଇ ଶମସେର ମେହନ୍ଦୀ ଓ ବୁଲବୁଲ ମେହେଟାଙ୍କ ବିରୋଦରେ ବିଦେଶକୁ ମାନବ ଚାଲାଣ କରିବାକୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ମାମଲା ରୁଜୁ କରିଥିଲା ।