ଋଷକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରୁ ବଡ ଝଟକା : ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ମସ୍କୋକୁ ନିର୍ଦ୍ଦେଶ; ନମାନିଲେ ଆନ୍ତର୍ଜାତୀୟ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ

ଜେଲେନସ୍କି କହିଲେ, ୟୁକ୍ରେନର ବଡ ବିଜୟ

212

କନକ ବ୍ୟୁରୋ : ଋଷକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ ବା ଆଇସିଜେର ବଡ ଝଟକା । ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଋଷକୁ ନିର୍ଦ୍ଦେଶ ଦେଇଛନ୍ତି ଆଇସିଜେ । ଋଷ ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ଫେବ୍ରୁଆରୀ ୨୬ରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା । ଏହାର ଶୁଣାଣି କରି ଆଇସିଜେ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଆଇସିଜେ କହିଛନ୍ତି, ଏହି ରାୟକୁ ଉଭୟ ପକ୍ଷ ମାନିବା ଦରକାର । ଋଷ ତୁରନ୍ତ ୟୁକ୍ରେନରେ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ । ସେହିପରି ଋଷ ସପକ୍ଷରେ କୌଣସି ରାଷ୍ଟ୍ର ପକ୍ଷରୁ ୟୁକ୍ରେନକୁ ସୈନ୍ୟ ପଠା ନଯାଉ । ବିବାଦ ବଢ଼ିବା ଭଳି କୌଣସି ପଦକ୍ଷେପ ଉଭୟ ଦେଶ ନିଅନ୍ତୁ ନାହିଁ । ଏଥିସହ ଏପରି ଯୁଦ୍ଧ ଦ୍ୱାରା ସାଧାରଣ ସାଧାରଣ ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ମିଲିଟାରୀ ଆକ୍ସନ ବର୍ତମାନ ସୁଦ୍ଧା ଅନେକ ଲୋକଙ୍କ ଜୀବନ ନେଇ ସାରିଲାଣି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ଲୋକମାନେ ସେମାନଙ୍କ ମୌଳିକ ଆବଶ୍ୟକତାରୁ ବଂଚିତ ହୋଇଛନ୍ତି ।

ବିଶାଳ ସଂଖ୍ୟାରେ ଲୋକ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ଶୁଣାଣିବେଳେ ୧୩ଜଣ ବିଚାରପତିଙ୍କ ମଧ୍ୟରୁ ମାତ୍ର ୨ଜଣ ରୁଷ ସପକ୍ଷରେ ଭୋଟ ଦେଇଥିଲେ । ଅବଶିଷ୍ଟ ସମସ୍ତ ଭୋଟ ୟୁକ୍ରେନ ସପକ୍ଷରେ ପଡିଥିଲା । ଆକ୍ରମଣ ପାଇଁ ରୁଷ ଯେଉଁ କାରଣ ଦର୍ଶାଉଛି ସେହି କାରଣକୁ ଆଇସିଜେ ଗ୍ରହଣ କରି ନାହିଁ । ପୂର୍ବ ୟୁକ୍ରେନରେ ଋଷର ସ୍ପିକରଙ୍କୁ ହତ୍ୟା କରାଯିବାରୁ ରୁଷ ଏହି ଆକ୍ରମଣ କରିଥିବା କହି ଆସୁଛି । ଆଇସିଜେର ନିର୍ଦ୍ଦେଶ ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଏହା ୟୁକ୍ରେନର ବିଜୟ ।