ପୂର୍ବତନ କ୍ରିକେଟର ଶ୍ରୀସନ୍ଥଙ୍କ ବୟାନ: କହିଲେ, ମୁଁ ବିରାଟଙ୍କ ଅଧିନାୟକତ୍ୱରେ ଖେଳିଥିଲେ ବିଶ୍ୱକପ ଜିତିଥାନ୍ତୁ

272

କନକ ବ୍ୟୁରୋ: ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଭାରତ କୌଣସି ଆଇସିସି ଇଭେଣ୍ଟ ଜିତିପାରିନି । ୨୦୧୪ ଟିମ ଇଣ୍ଡିଆରେ ବିରାଟଙ୍କ ଯୁଗ ଆରମ୍ଭ ହୋଇଥିଲା । ହେଲେ ସେ ତାଙ୍କ ଅଧିନାୟକତ୍ୱରେ ଭାରତକୁ କୌଣସି ବଡ ଟ୍ରଫି ଦେଇପାରିନାହାନ୍ତି । ଏବେ ପୂର୍ବତନ ଭାରତୀୟ କ୍ରିକେଟର ଏସ. ଶ୍ରୀସନ୍ଥ କହିଛନ୍ତି ଯଦି ସେ ବିରାଟଙ୍କ ଅଧିନାୟକତ୍ୱ ଖେଳିଥାନ୍ତେ ତେବେ ଭାରତ ବିଶ୍ୱକପ ଜିତି ପାରିଥାନ୍ତା ।

ଏକ ସାକ୍ଷାତକାରରେ ଶ୍ରୀସାନ୍ଥ କହିଛନ୍ତି, ୨୦୧୧ ବିଶ୍ୱକପ ଆମେ ସଚିନଙ୍କ ପାଇଁ ଜିତିଥିଲୁ । ମୋ କୋଚ ମୋତେ ଟେନିସ ବଲରେ ୟର୍କର ପକାଇବା ଶିଖାଇଥିଲେ । ଯେଉଁଥିରେ ଅନେକ ଫାଇଦା ମୋତେ ମିଳିଛି । ଯେଉଁଥିପାଇଁ ୟର୍କର ପକାଇବାକୁ ମୋତେ ବେଶି ଅସୁବିଧା ହୋଇନି । ଯଦି ତମେ ବୁମରାହଙ୍କୁ ବି ଏହି କଥା ପଚାରିବ ସେ ଏହା ହିଁ କହିବେ ।

ଶ୍ରୀଶାନ୍ଥ ୨୦୧୧ ବିଶ୍ୱକପରେ ଚାମ୍ପିୟନ ଭାରତ ଟିମର ସଦସ୍ୟ ରହିଥିଲେ । ସେହିପରି ୨୦୦୭ ଟି-୨୦ ବିଶ୍ୱକପରେ ସେ ମିସବା ଉଲହକଙ୍କ ଫାଇନାଲ କ୍ୟାଚ ମଧ୍ୟ ଧରିଥିଲେ । ସେ ଭାରତ ପାଇଁ ମୋଟ ୨୯ ଟେଷ୍ଟ ୮୭ଟି ୱିକେଟ ନେଇଥିଲେ । ସେହିପରି ୫୩ଟି ଦିନିକିଆରେ ୭୫ଟି ୱିକେଟ ଓ ୧୦ଟି ଟି-୨୦ରେ ୭ଟି ୱିକେଟ ନେଇଥିଲେ ।