କ୍ରିକେଟର ପ୍ରତିଶୋଧ ହକିରେ ନେଲା ଭାରତ, ଏସିଆନ ଚମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ଜିତିଲା ବ୍ରୋଞ୍ଜ

153

କନକ ବ୍ୟୁରୋ : ଭାରତୀୟ ହକି ଟିମ ଭଲ ପ୍ରଦର୍ଶନ କରି ଏସିଆନ ଚମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି । ଭାରତୀୟ ଟିମ୍ ପାକିସ୍ତାନ ଟିମ୍ କୁ ୪-୩ ରେ ପରାଜିତ କରିଛି । ଢାକାରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚର ହାଫ୍ ଟାଇମ ପର୍ଯ୍ୟନ୍ତ ସ୍କୋର ୧-୧ ରେ ଥିବା ବେଳେ ଶେଷ ଦୁଇ କ୍ୱାଟରରେ ଦୁଇଟିଯାକ ଟିମ୍ ଆକ୍ରାମକ ଖେଳ ଖେଳିଥିଲେ । ଭାରତ ପାଇଁ ମନପ୍ରୀତ ସିଂ, ସୁମିତ, ବରୁଣ କୁମାର ଓ ଆକାଶଦୀପ ସିଂ ଗୋଲ କରିଥିଲେ ଓ ପାକିସ୍ତାନ ଟିମର ଅବ୍ଦୁଲ୍ଳ ରାଣା, ଅଫରାଜ ଓ ଅହମ୍ମଦ ନଦୀମ ବି ସ୍କୋର କରିଛନ୍ତି ।

 

ଭାରତୀୟ ଖେଳାଳୀ ଆକ୍ରାମକ ଖେଳ ପ୍ରଦର୍ଶନ କରି ମାତ୍ର ଗୋଟିଏ ମିନିଟରେ ୩ ଟି ପେନାଲଟିକ କର୍ଣ୍ଣର ହାସଲ କରିଥିଲେ । ଏହାପରେ ମନପ୍ରୀତ ସିଂ ଦ୍ୱିତୀୟ ମିନିଟରେ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତର ସ୍କୋରକୁ ଆଗକୁ ନେଇଥିଲେ ।
ଭାରତୀୟ ଟିମ୍ ଚଳିତ ବର୍ଷ ଲଗାତର ଭାବେ ତୃତୀୟଥର ପାଇଁ ଏସିଆନ ଚମ୍ପିଅନ୍ସ ଟ୍ରଫିରେ ପଦକ ଦାବିଦାର ଥିଲା । ମାତ୍ର ସେମି ଫାଇନାଲରେ ପରାଜୟ ଭାରତୀୟ ଟିମ୍ ପାଇଁ ମହଙ୍ଗା ପଡିଥିଲା । ମଙ୍ଗଳବାର ଦିନ ଖେଳାଯାଇଥିବା ସେମିଫାଇନାଲରେ ଜାପାନ ଠାରୁ ଭାରତୀୟ ଟିମ୍ ୩-୫ ରେ ପରାଜିତ ହୋଇଥିଲା । ମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ୍ ଗ୍ରୁପ ଗେମରେ ଜାପାନକୁ ୬-୦ ରେ ଜାପାନକୁ ହରାଇଥିଲା । ହେଲେ ସେମିଫାଇନାଲରେ ଭାରତୀୟ ଟିମ୍ ସେହିଭଳି ଖେଳ ପ୍ରଦର୍ଶନ କରିପାରି ନଥିଲା ।