ବମ୍ବେ ହାଇକୋର୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ରାୟ : ବିନା ପ୍ରମାଣରେ ସ୍ୱାମୀକୁ ମଦୁଆ ଓ ଚରିତ୍ରହୀନ କହିବା ନିଷ୍ଠୁରତା ସହ ସମାନ

221

କନକ ବ୍ୟୁରୋ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି କି ବିନା ପ୍ରମାଣରେ କୌଣସି ସ୍ତ୍ରୀ ତାର ସ୍ୱାମୀକୁ ମଦୁଆ କିମ୍ବା ଚରିତ୍ରହୀନ କହିବା ନିଷ୍ଠୁରତା ସହ ସମାନ । ଏହି ମାମଲାରେ ବମ୍ବେ ହାଇକୋର୍ଟ ପୁଣେର ଏକ ଦମ୍ପତ୍ତିଙ୍କ ବିବାହ ବିଛେଦ ନେଇ ପରିବାର ଅଦାଲତ ଦେଇଥିବା ରାୟକୁ ଅକ୍ଷୂର୍ଣ୍ଣ ରଖିଛନ୍ତି । ବିଚାରପତି ନୀତିନ ଜାମଦାର ଓ ବିଚାରପତି ଶର୍ମିଲା ଦେଶମୁଖଙ୍କ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି । ଜଣେ ୫୦ ବର୍ଷିୟା ମହିଳା ଆବେଦନକାରୀଙ୍କୁ ପୁଣେର ପରିବାର ଅଦାଲତ ୨୦୦୫ ନଭେମ୍ବର ମାସରେ ଦେଇଥିବା ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ । ଏହି ମାମଲାରେ ବିବାହ ବିଛେଦକୁ ଅନୁମତି ଦିଆଯାଇଥିଲା ।

ଅଭିଯୋଗକାରୀ ମହିଳାଙ୍କ ସ୍ୱାମୀ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଏହି ମାମଲାରେ ଶୁଣାଣି ହାଇକୋର୍ଟରେ ବହୁତ ଡେରି ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ କୋର୍ଟ ତରଫରୁ ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ପ୍ରତିବାଦୀ ଭାବେ ସାମିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ମହିଳା ଜଣଙ୍କ କୋର୍ଟରେ ଅଭିଯୋଗ କରିଥିଲେ କି ତାଙ୍କ ସ୍ୱାମୀ ଜଣେ ଚରିତ୍ରହୀନ ଓ ମଦୁଆ । ଏହି କାରଣରୁ ସେ ତାଙ୍କ ବୈବାହିକ ଜୀବନର ଅଧିକାରରୁ ବଞ୍ଚିତ ହୋଇଥିଲେ ।

ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି କି ବିନା ପ୍ରମାଣରେ କୌଣସି ସ୍ତ୍ରୀ ତାର ସ୍ୱାମୀକୁ ଚରିତ୍ରହୀନ ବା ମଦୁଆ କହିପାରିବ ନାହିଁ । ଯଦି ଏଭଳି କୁହନ୍ତି ତେବେ ଏହା ନିଷ୍ଠୁରତା ବୋଲି ଗ୍ରହଣ କରାଯିବ ।