ଦିବ୍ୟାଙ୍ଗଙ୍କ ସାଥି ପାଲଟିଛି ରାଉରକେଲାର ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର । ୬ ଶହରୁ ଅଧିକ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଦେଇ କରିସାରିଲେଣି ସକ୍ଷମ ।

89

କନକ ବ୍ୟୁରୋ: ସେମାନେ ବି ହୋଇପାରିବ ସକ୍ଷମ । ଦିବ୍ୟାଙ୍ଗ ହୋଇଗଲ ବି ଜଣେ ଜୀବନ ସାରା ଅକ୍ଷମ ହୋଇ ରହିବ ତା ନୁହେଁ । ଏହାର ନିଦାନ ବି ଅଛି । ଭିନ୍ନକ୍ଷମଙ୍କ ବରଦାନ ପାଲଟିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇଛି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ବେସାହାରା ଦିବ୍ୟାଙ୍ଗ ମାନଙ୍କର କୃତ୍ରିମ ଅଙ୍ଗ ରୋପଣ କରାଯାଇ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯାଉଛି । ଆଉ ଏହି ପ୍ରୟାସ କରୁଛି ରାଉରକେଲା ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର । ଗୋଡ ହାତ ହରାଇଥିବା ଲୋକଙ୍କୁ ଆଣି ସେମାନଙ୍କର ମାଗଣାରେ କୃତ୍ରିମ ଅଙ୍ଗ ରୋପଣ କରୁଛି ଏହି ଅନୁ୍ଷ୍ଠାନ । ଏବେ ସୁଦ୍ଧା ୬ ଶହରୁ ଅଧିକ ଦିବ୍ୟାଙ୍ଗଙ୍କ କୃତ୍ରିମ ଅଙ୍ଗ ରାପଣ କରାଯାଇସାରିଛି । ଏମାନଙ୍କୁ କୃତ୍ରିମ ଅଙ୍ଗ ରୋପଣ କରାଇବା ସହିତ ସମାଜରେ କିଭଳି ସାଧାରଣ ଲୋକଙ୍କ ଭଳି ବଞ୍ଚିପାରିବେ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପଶ୍ଚିମ ଓଡିଶାର ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଉପକରଣ ଯୋଗାଯିବା ସହିତ ସଶକ୍ତିକରଣ କରାଇବା ଲକ୍ଷ୍ୟରେ ଏହା ଆରମ୍ଭ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ଦକ୍ଷ ଅଭିଜ୍ଞତା ସମ୍ପନ୍ନ ପରେ ଏଥିରେ କୃତ୍ରିମ ଅଙ୍ଗ ଓ ଗବେଷଣା ପ୍ରକଳ୍ପକୁ ସାମିଲ କରାଯାଇଛି । ଆଉ ଏତିକି ବର୍ଷ ଭିତରେ ବହୁ ଭିନ୍ନକ୍ଷମ କୃତ୍ରିମ ଅଙ୍ଗ ରୋପଣ କରି ସକ୍ଷମ ହୋଇପାରିଛନ୍ତି । ଆଉ ସାଧାରଣ ଲୋକଙ୍କ ଭଳି ହୋଇଛି ତାଙ୍କର ଜୀବନଶୈଳୀ ।