ମଧ୍ୟପ୍ରଦେଶରେ କୁଆପଥର ମାଡ : ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି

148

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ସାମ୍ନାକୁ ଆସିଛି କୁଆପଥର ବର୍ଷାର ଚିତ୍ର । ମଧ୍ୟପ୍ରଦେଶର ବୁରହାନପୁରରେ ବଡ଼ ବଡ଼ କୁଆପଥର ମାଡ଼ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏତେ ବଡ଼ ବଡ଼ କୁଆପଥର ଯେ ଏହା ଆଜବେଷ୍ଟସ୍ କିମ୍ବା ଚାଳ ଘର ସମ୍ପୂର୍ଣ୍ଣ ନଷ୍ଟ କରିଦେବ ।

ଛାତ ଉପରେ ମାଡ଼ ହେଉଥିବା ଏହି କୁଆପଥରକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇପଡ଼ିବେ । ଏହି ସମୟରେ ଲୋକମାନେ ମଧ୍ୟ ବାହାରକୁ ବାହାରିବା ବେଶ ଭୟଙ୍କର । କୁଆପଥର ମାଡ଼ରେ ଘରଦ୍ୱାର ଭାଙ୍ଗି ପଡ଼ିଥିବା ବେଳେ ଚାଷୀଙ୍କ ଚାଷଜମି ନଷ୍ଟ ହୋଇଛି ।