ଆପଣଙ୍କ ଫେସବୁକ ଡାଟା କିଏ ବ୍ୟବହାର କରିଛି ? ଜାଣିବେ କିପରି, ଆପଣାନ୍ତୁ କିଛି ସରଳ ଉପାୟ । ଆକାଉଣ୍ଟ ଖୋଲିବା ଦିନ ଠାରୁ ଆଜି ଯାଏଁ ଗୋଟିଏ ଫାଇଲରେ ରହିଛି ସବୁ ତଥ୍ୟ

127

ଫେସବୁକରୁ ଡାଟା ଚୋରି ହେଉଥିବା କଥା ପ୍ରଘଟ ହେବା ପରେ ୟୁଜର୍ସଙ୍କ ମଧ୍ୟରେ ଫେସବୁକର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ଏଥିପାଇଁ କ୍ଷମା ମଧ୍ୟ ମାଗିଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ ।ଏପରିକି ଭାରତରେ ନିର୍ବାଚନ ହେବା ପୂର୍ବରୁ ଫେସବୁକକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କରାଯିବ ବୋଲି କହିଛନ୍ତି ଜୁକରବର୍ଗ । ତେବେ ଏଭଳି ସମୟରେ କିଛି ସରଳ ଉପାୟ ଆପଣାଇ ଆପଣଙ୍କ ଫେସବୁକ ଡାଟା କାହା ପାଖରେ ମହଜୁଦ ଅଛି ତାହା ଜାଣିପାରିବେ ।

ଆପଣଙ୍କ ଫେସବୁକ ଡାଟା ଅନ୍ୟ କାହା ପାଖରେ ଅଛି କି ନାହିଁ ଜାଣିବା ପାଇଁ ସର୍ବପ୍ରଥମେ କିଛି ସରଳ ଉପାୟ ଆପଣାଇବାକୁ ପଡିବ । ଏଥିପାଇଁ ପ୍ରଥମେ ଫେସବୁକ ଲଗଇନ କରିବା ପରେ ଏହାର ଡାହାଣ ପାଶ୍ୱର୍ରେ ଥିବା ତୀର ଚିହ୍ନ ଉପରେ କ୍ଲିକ କରିବାକୁ ପଡିବ । ଏହାଦ୍ୱାରା ଏକ ନୂଆ ପେଜ ଖୋଲିବ । ଏଥିରେ ଥିବା setting ବିକଳ୍ପ ଉପରେ କ୍ଳିକ କରିବା ପରେ ପେଜର ତଳ ପାଶ୍ୱର୍ରେ Download a copy of your facebook data ଲେଖାଥିବା ଲିଙ୍କ୍ ମିଳିବ ।

ଏହି ଲିଙ୍କ ଉପରେ କ୍ଳିକ୍ କରିବା କ୍ଷଣି ଫେସବୁକ ପକ୍ଷରୁ ୟୁଜର୍ସଙ୍କ ନିକଟକୁ ଇମେଲରେ ଏକ ଲିଙ୍କ ଆସିବ । ଏହି ଲିଙ୍କ ଦ୍ୱାରା ଏକ ଜିପ୍ ଫାଇଲ ଡାଉନଲୋଡ କରାଯାଇପାରିବ । ଏହାବାଦ ଫେସବୁକ ୟୁଜର୍ସଙ୍କୁ ଡାଉନଲୋଡର ବିକଳ୍ପ ଦେବ । ଏହି ଫାଇଲରେ ଆପଣଙ୍କ ଫେସବୁକର ସମସ୍ତ ତଥ୍ୟ ରହିଛି । ଫେସବୁକ ଆକାଉଣ୍ଟ ଖୋଲିବା ଦିନ ଠାରୁ ଏବେ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏଥିରେ ଉଲ୍ଲେଖ ରହିଛି । ଏହାବାଦ ଆପଣଙ୍କ ପ୍ରୋଫାଇଲକୁ ଆସୁଥିବା ସମସ୍ତ ବିଜ୍ଞାପନର ସୂଚନା ମଧ୍ୟ ଏହିଠାରୁ ପାଇପାରିବେ ।