ଗ୍ୟାସ୍ ଲିକ୍ ହେଲେ କେମିତି କରାଯିବ ଆୟତ୍ତ, ପାରାଦୀପରେ କରାଗଲା ମକଡ୍ରିଲ୍।

91

କନକ ବ୍ୟୁରୋ: ଆମୋନିଆ ଗ୍ୟାସ୍ ଲିକ୍ ହେଲେ କେମିତି କରାଯିବ ଆୟତ । ଏନେଇ ଇଫକୋ ସାର କାରଖାନା ପରିସରରେ ମକ୍ ଡ୍ରିଲ୍ । ଅଳ୍ପ ସମୟ ଭିତରେ କିଭଳି ଏହି ଲିକ୍ ଗ୍ୟାସ ଆୟତ କରାଯିବ ସେ ନେଇ ମକଡ୍ରିଲ କରାଯାଇଥିଲା । ବନ୍ଦର ନଗରୀ ପାରାଦୀପରେ ରହିଛି ଦୁଇ ଦୁଇଟି ସାରକାରଖାନାର ଆମୋନିଆ ଗ୍ୟାସ୍ ଟାଙ୍କି ।

ପିପିଏଲ୍ ସାର କାରଖାନାର ୫୦ ହଜାର ମେଟ୍ରିକ ଟନ୍ ଓ ଇଫକୋ ସାରକାରଖାନା ର ୫୦ ହଜାର ମେଟ୍ରିକ ଟନ୍ ଆମୋନିଆ ଗଚ୍ଛିତ ରହିଛି । ଏହା ଜୀବନ ପାଇଁ ଘାତକ ହୋଇଥିବା ବେଳେ ଏହା କେତେବେଳେ ଲିକ୍ ହେବ ଆଉ ବାୟୁମଣ୍ଡଳରେ ମିଶି ଜୀବନ ନେବ ତାହାକୁ ନେଇ ସମସ୍ତେ ଚିନ୍ତିତ । ଏହି ଜୀବନ ଘାତକ ଗ୍ୟାସ୍ ଯଦି ଲିକ୍ ହୁଏ ତେବେ କିଭଳି ଏହାକୁ ଆୟତ କରି ହେବ ସେନେଇ ଏହି ମକଡ୍ରିଲ କରିଥିଲେ ଇଫକୋ କମ୍ପାନୀ । ଗ୍ୟାସ ନିୟନ୍ତ୍ରଣ ସହ କର୍ମଚାରୀ ମାନଙ୍କୁ କିଭଳି ରେସକ୍ୟୁ କରାଯିବ ସେ ନେଇ ଡେମୋ ଦେଖାଯାଇଥିଲା ।