ରାତି ଅଧରେ ଏଭଳି ପାକ୍ ମାଟିରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତ ! ବାୟୁସେନାର ଆକାର ଦେଖି ଭୟରେ ପଛକୁ ହଟି ଯାଇଥିଲା ପାକିସ୍ତାନ
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦକୁ ଉଚିତ ଜବାବ ଦେଇ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାର୍ କରି ସମସ୍ତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଦେବା ଖବର ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ପାଲଟିଛି। ଫେବ୍ରୁଆରି ୨୫-୨୬ ମଧ୍ୟରାତ୍ରରେ ହୋଇଥିବା ଏହି ଆକ୍ରମଣରେ ଶତାଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ, ଚାଲନ୍ତୁ ଜାଣିବା କେମିତି ହୋଇଥିଲା ପୂରା ଅପରେସନ।
Kanak News is now on WhatsApp
Join and get latest news updates delivered to you via WhatsApp
: ଫ୍ରେବୁଆରି ୨୬ ତାରିଖ ଭୋର୍ ୩.୩୦ ସମୟରେ ୧୨ଟି ମିରେଜ ୨୦୦୦ ଭାରତୀୟ ଯୁଦ୍ଧ ବିମାନ ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ସୂଚନା ରହିଛି। ଭାରତ-ପାକ ସୀମାର ମୁଜାଫରାବାଦଠାରେ ଭାରତୀୟ ବିମାନ ପାକ ଆକାଶ ସୀମା ଭିତରକୁ ପ୍ରବେଶ କରିଥିଲା।
: ଆକଶମାର୍ଗରେ ଯାଇ ନିୟନ୍ତ୍ରଣ ରେଖା ନିକଟରେ ଥିବା ଆତଙ୍କବାଦୀ ଶିବିରରେ ୧୦୦୦ କିଲୋର ବୋମା ବିସ୍ଫୋରଣ କରିଥିଲା ଭାରତୀୟ ବାୟୁ ସେନା।
: ଆତଙ୍କୀ ଆଡ୍ଡାରେ ବୋମା ପକାଇ ତାଙ୍କର ସମସ୍ତ ଶିବିରକୁ ଭାରତୀୟ ବାୟୁ ସେନା ଧ୍ୱଂସ କରି ଦେଇଥିବା ସୂଚନା ରହିଛି।
: ନିୟନ୍ତ୍ରଣ ରେଖାସ୍ଥିତ ବାଲକୋଟ, ଚାକୋଠି ଏବଂ ମୁଜାଫର୍ନଗରରେ ଥିବା ଆତଙ୍କୀ ଶିବିରରେ ବୋମା ପକାଇ ସଂପୂର୍ଣ୍ଣ ନଷ୍ଟ କରି ଦେଇଥିବା ବେଳେ ଜୈଶ-ଇ-ମହମ୍ମଦର କଣ୍ଟ୍ରୋଲ୍ ରୁମ୍କୁ ବି ଧ୍ୱଂସ କରି ଦେଇଛନ୍ତି ଭାରତୀୟ ବାୟୁ ସେନା।
: ଏହି ଅପେରେସନ ୨୦ ମିନିଟ୍ ଧରି ଜାରି ରହିଥିଲା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।
: ଆକ୍ରମଣ ଘଟାଇଥିବା ୧୨ଟି ଭାରତୀୟ ଯୁଦ୍ଧ ବିମାନ ମିରେଜ ୨୦୦୦ ସଂପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ରହିଛି।
BREAKING: Pakistani JF17 immediate retaliate back to Indian Air Force volition at Line of Control.
Pakistan Retaliate Karne Ka Soche Ga Nahi, Pakistan Retaliate Karega!! #PMIK pic.twitter.com/37OSr3e3a0
— Arsalan Siddiqy (@ArsalanISF) February 26, 2019
: ଭାରତୀୟ ବାୟୁସେନା ଆକ୍ରମଣରେ ଲେଜର୍-ଗାଇଡେଡ୍ ବୋମା ଓ ଏୟାର୍-ଟୁ-ସର୍ଫେସ୍-ମିସାଇଲ୍ ବ୍ୟବହାର କରିଛି।
: ଭାରତୀୟ ବାୟୁ ସେନା ନିୟନ୍ତ୍ରଣ ରେଖାକୁ ଉଲଂଘନ କରିଥିବା ପାକିସ୍ତାନ ଅଭିଯୋଗ କରିଛି।
: ଭାରତୀୟ ଯୁଦ୍ଧ ବିମାନ ମିରେଜ ୨୦୦୦କୁ ଜବାବ ଦେବା ପାଇଁ ପାକିସ୍ତାନର ଏଫ୍୧୬ ଯୁଦ୍ଧ ବିମାନ ପ୍ରଥମେ ସାମ୍ନାକୁ ଆସି ପରେ ଭାରତୀୟ ବାୟୁସେନାର ଆକାର ଦେଖି ପଛ ଘୁଞ୍ଚା ଦେଇଥିଲା।
: ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ଭାରତୀୟ ବାୟୁସେନାକୁ ହାଇ ଆଲର୍ଟରେ ରଖାଯାଇଛି।