ଭାରତକୁ ଆସିଲା ହୋଣ୍ଡା ଆକ୍ଟିଭା ୫ଜି ! ଷ୍ଟାଇଲିସ ଲୁକ୍ ସାଙ୍ଗକୁ ରହିଛି ଦମଦାର ଫିଚର୍ସ

89

ଭାରତରେ ଲଞ୍ଚ ହେଲା ହୋଣ୍ଡା ଆକ୍ଟିଭା ୫ଜି । ଏସଟିଡି ଓ ଡିଏଲଏକ୍ସ ଭଳି ଦୁଇଟି ମଡେଲରେ ଆକ୍ଟିଭା ୫ଜିକୁ ଲଞ୍ଚ କରାଯାଇଛି । ଏହି ନୂତନ ହୋଣ୍ଡା ଆକ୍ଟିଭା ୫ଜି ମଡେଲକୁ ପ୍ରଥମେ ଅଟୋ ଏକ୍ସପୋ ୨୦୧୮ ଅବସରରେ ପ୍ରଦର୍ଶିତ କରାଯାଇଥିଲା । ଦିଲ୍ଲୀରେ ଏହାର ଏକ୍ସ ସୋ ରୁମ ମୂଲ୍ୟ ଯଥାକ୍ରମେ ୫୨,୪୬୦ ଓ ୫୪,୩୨୫ ଟଙ୍କା ରହିଛି ।

ଆକ୍ଟିଭା ୫ଜିରେ ୧୦୯.୧୯ ସିସି ବିଶିଷ୍ଟ ସିଙ୍ଗିଲ୍ ଏୟାର କୁଲ୍ଡ ଇଞ୍ଜିନ୍ ଫିଟ୍ କରାଯାଇଛି । ଯାହାକି ୭୫୦୦ ଆରପିଏମରେ ୮ବିଏଚପି ଏବଂ ୫୫୦୦ ଆରପିଏମ୍ ରେ ୯ ଏନଏମ ଷ୍ଟ୍ରୋକ୍ ସୃଷ୍ଟି କରିଥାଏ । ନୂଆ ମଡେଲର ଆକ୍ଟିଭା ୫ଜିରେ ଇଞ୍ଜିନ୍ ସହ ଏକ ସିଭିଟି ୟୁନିଟ୍ ଦିଆଯାଇଛି ଯାହାର ସ୍ପିଡ୍ ରହିଛି ଘଣ୍ଟା ପ୍ରତି ୮୩କି.ମି ।

ଏହି ନୂଆ ମଡେଲରେ ଫ୍ରଣ୍ଟ ଏବଂ ରିଅର୍ ଦୁଇଟିରେ ୧୩୦ମି.ମି ର ବ୍ରେକ୍ ସହିତ ହୋଣ୍ଡାର ସିବିଏସ୍ ସିଷ୍ଟମ୍ ରହିଛି । ଏଥିରେ ୯୦/୧୦୦ ଟ୍ୟୁବଲେସ୍ ଟାୟାର୍ସ ସହ ୧୦ଇଞ୍ଚର ହ୍ୱିଲ୍ ରହିଛି । ଆକ୍ଟିଭା ୫ଜିର ପୂରା ବଡି ମେଟାଲରେ ନିର୍ମିତ ହୋଇଥିବା ବେଳେ ଏଥିରେ ଡିଜିଟାଲ ଆନାଲଗ୍ ମିଟର, ଏଲଇଡି ହେଡ୍ ଲାଇଟ୍ ଏବଂ ସର୍ଭିସ ଇଣ୍ଡିକେଟର୍ ଦିଆଯାଇଛି । ଏହା ସହିତ ଏଥିରେ ମୋବାଇଲ ଚାର୍ଜ କରିବାର ସୁବିଧା ମଧ୍ୟ ରହିଛି ।

ନୂଆ ମଡେଲକୁ ଷ୍ଟାଇଲିସ ଲୁକ୍ ଦିଆଯାଇଛି । ଗ୍ରାହକଙ୍କ ପାଇଁ ଏହି ଆକ୍ଟିଭା ୫ଜି ୮ଟି ରଙ୍ଗରେ ଉପଲବ୍ଧ ହେବ । ଯଥା ଡୈଜଲ୍ ୟେଲୋ ମେଟାଲିକ୍, ମେଜେଷ୍ଟିକ୍ ବ୍ରାଉନ୍ ମେଟାଲିକ୍, ମେଂଟ୍ ଏକ୍ସିସ ଗ୍ରେ ମେଟାଲିକ୍, ବ୍ଳାକ୍, ମେଟ୍ ସେଲେନ୍ ସିଲଭର୍ ମେଟାଲିକ୍, ପର୍ଲ ଅମେଜିଙ୍ଗ ହ୍ୱାଇଟ୍, ପିୟର ସ୍ପାର୍ଟନ ରେଡ୍ ଏବଂ ବ୍ଳୁ ମେଟାଲିକ୍ । ଏଥିପାଇଁ ବୁକିଂ ପ୍ରଥମ ରୁ ହିଁ ଆରମ୍ଭ ହୋଇଗଲାଣି ।