ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ: ବିଲ ପାରିତ ପୂର୍ବରୁ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିଲେ ଗୃହମନ୍ତ୍ରୀ ଅମିତ ଶାହା

1,586

କନକ ବ୍ୟୁରୋ: ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ । ଆଜି ବିଲ ଉପରେ ଚର୍ଚ୍ଚା କରାଯିବାର କିଛି ଘଂଟା ମଧ୍ୟରେ ବିଲ ପାରିତ ହୋଇଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଲକୁ ଲୋକସଭାରେ ଆଗତ କରିଥିଲେ । ଦିଲ୍ଲୀ ଅଧ୍ୟାଦେଶ ସମ୍ବନ୍ଧିତ ଏହି ବିଲକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବୟାନବାଜୀ ଜାରି ରହିଥିବାବେଳେ ଏବେ ଏହା ପାସ ହୋଇଛି ।ବିଲ ଉପରେ ବିବୃତି ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏଥିସହ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି ଶାହା କହିଥିଲେ ସମ୍ବିଧାନରେ ଏଭଳି କିଛି ବ୍ୟବସ୍ଥା ରହିଛି, ଯାହା କେନ୍ଦ୍ରକୁ ଦିଲ୍ଲୀ ପାଇଁ ଆଇନ ତିଆରି କରିବାକୁ ଅନୁମତି ଦେଇଥାଏ । ଏଥିସହ ଶାହା କହିଥିଲେ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ବିରୋଧ କରିଥିଲେ ବରିଷ୍ଠ ନେତା । ନିଜ ଦୁର୍ନିତୀ ଲୁଚାଇବା ପାଇଁ କେଜିୱାଲ ସରକାର ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ଚାହୁଁଛି । ଆପ ସରକାର ମୁଖ୍ୟ ଉଦ୍ଦେଶ୍ୟ ଜନତାଙ୍କ ସେବା ନୁହେଁ କେବଳ ବିବାଦ କରିବା । ଟ୍ରାନ୍ସଫର ପୋଷ୍ଟି କରିବାର ଅଧିକାର ପାଇବା ପାଇଁ ନୁହେଁ ବଂର ଦୁର୍ନିତି ଲୁୁଚାଇବା ପାଇଁ ଭିଜିଲାନ୍ସ ବିଭାଗ ଉପରେ ନିୟନ୍ତ୍ରଣ ରଖିବା । ଅନ୍ୟପଟେ ବିରୋଧୀ ମେଂଟକୁ ମଧ୍ୟ ଟାର୍ଗେଟ କରିଛନ୍ତି ଅମିତ ଶାହା । ପ୍ରଥମେ ଇଣ୍ଡିଆ ମେଂଟ ନିଜ କଥା ଚିନ୍ତା କରନ୍ତୁ ପରେ ଦିଲ୍ଲୀ ବିଲ ଉପରେ ଚିନ୍ତା କରିବେ । ବିରୋଧୀ ଯେତେ ନାଁ ବଦଳାଇଲେ, ଯେତେ ଚେଷ୍ଟା କଲେ ସୁଦ୍ଧା ୨୦୨୪ରେ ପୁଣି ଥରେ ମୋଦି ସରକାର ଆସିବେ ବୋଲି ଲୋକସଭାରେ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।