ଜ୍ଞାନବାପୀ ମାମଲାରେ ଜାରି ରହିବ ଏଏସଆଇ ସର୍ଭେ: ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୁସଲିମ ପକ୍ଷ

135

କନକ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟ ଗୁରୁବାର ବାରଣାସୀର ଜ୍ଞାନବାପୀ ମସଜିଦ ଉପରେ ମୁସଲିମ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । ଜ୍ଞାନବାପୀ ମସଜିସଦର ଏଏସଆଇ ସର୍ଭେକୁ କୋର୍ଟ ସବୁଜ ସଂକେତ ଦେଇଛନ୍ତି । ଜୁଲାଇ ୨୧ରେ ବାରଣାସୀ ଜିଲ୍ଲା ଜଜ କୋର୍ଟ ଏଏସଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ହାଇକୋର୍ଟରେ ମସୁଲିମ ପକ୍ଷ ଚ୍ୟାଲଂଜ କରିଥିଲେ । ତେବେ ଆହ୍ଲାବାଦ କୋର୍ଟ ଆବେଦନକୁ ଖାରଜ କରି କହିଛନ୍ତି କି ନ୍ୟାୟ ହିତରେ ଏଏସଆଇ ସର୍ଭେ ଆବଶ୍ୟକ । ସର୍ତାବଳୀ ସହିତ ସର୍ଭେ କାର୍ଯ୍ୟ କରିବା ଉଚିତ । ସେପଟେ କୋର୍ଟଙ୍କ ଫଇସଲା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁସଲିମ ପକ୍ଷ ।