ଟି-୨୦ ବିଶ୍ୱକପ : ମୁହାଁମୁହିଁ ହେବେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା; ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି

329

କନକ ବ୍ୟୁରୋ : ଆଜି ଟି-୨୦ ବିଶ୍ୱକପରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ ହାଇ ଭୋଲଟେଜ ମ୍ୟାଚ୍ । ଆଜି ପାକିସ୍ତାନ ପାଇଁ କର ବା ମର ପରିସ୍ଥତି । ଆଜି ଯଦି ପାକିସ୍ତାନ ହାରୁଛି ତେବେ ସେମିଫାଇନାଲ ରେସରୁ ପାକିସ୍ତାନ ବାଦ ପଡିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କାରଣ ପାକିସ୍ତାନ ପୂର୍ବରୁ ଦୁଇଟି ମ୍ୟାଚ ହାରି ସାରିଛି ।

ଦକ୍ଷିଣ ଆଫ୍ରିକା ମୋଟ ୩ ଟି ମ୍ୟାଚ ଖେଳି ଦୁଇଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରଖିବା ସହ ୫ ପଏଂଟ୍ ପାଇଛି । ସେହିପରି ପାକିସ୍ତାନ ୩ ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହେବା ସହ ମାତ୍ର ୨ ପଏଂଟ୍ ପାଇଛି । ଆଜି ଯଦି ପାକିସ୍ତାନ ବିଜୟୀ ହେଉଛି ତେବେ ସେମିଫାଇନାଲ ପାଇଁ ପାକିସ୍ତାନ କିଛିଟା ସୁଯୋଗ ରହିବ । ଆଉ ଯଦି ହାରୁଛି ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଗୁପ୍ ଏରୁ ସେମିଫାଇନାଲ ଯିବା ସ୍ପଷ୍ଟ ହୋଇଯିବ ।