‘ଆଡ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟଭେଦ କରିଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା

114

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜି ଅବଦୁଲ କଲାମ ଦୀପ ଆଡଭାନ୍ସ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ଅତ୍ୟାଧୁନିକ ବାୟୁ ସୁରକ୍ଷା ପ୍ରଣାଳୀର ସଦ୍ୟତମ ସଂସ୍କରଣ । ସୂଚନା ମୁତାବକ, ବୁଧବାର ପୂର୍ବାହ୍ନ ୧୦ଟା ୧୨ ମିନିଟ୍ ସମୟରେ କଲାମ ଦୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି କ୍ଷେପଣାସ୍ତର ପରୀକ୍ଷଣା କରାଯାଇଥିଲା । ତେବେ ନିର୍ଦ୍ଧାରିତ ସମୟରେ ଏହା ଲକ୍ଷ୍ୟଭେଦ କରିଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।