ହାଇକୋର୍ଟ ବେଞ୍ଚ ସ୍ଥାପନ ମାମଲା: କେଉଁ କେଉଁ ଯୁକ୍ତିକୁ ଗ୍ରହଣ କଲେନି ସର୍ବୋଚ୍ଚ ନ୍ୟାୟାଳୟ ।

158

କନକ ବ୍ୟୁରୋ: ଆଜି ମାମଲାର ଶୁଣାଣିବେଳେ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତର ହାଇକୋର୍ଟ ବେଞ୍ଚ ପାଇଁ ଓକିଲଙ୍କ ଆନ୍ଦୋଳନକୁ ବିରୋଧ କରିଥିଲେ । କୋର୍ଟରେ ସେ ଯୁକ୍ତି ବି ରଖିଥିଲେ । ଜବାବରେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ବି ନିଜ ମତ ରଖିଥିଲେ ।

ଜଷ୍ଟିସ ସଞ୍ଜୟ କିଷାନ କୌଲ
ଜଷ୍ଟିସ ଅଭୟ ଏସ. ଓକା

ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ହାଇକୋର୍ଟ ବେଂଚ୍ ସ୍ଥାପନ ନେଇ ଶୁଣାଣି ହୋଇଛି । ଜଷ୍ଟିସ ସଞ୍ଜୟ କିଷାନ କୌଲ ଏବଂ ଜଷ୍ଟିସ ଏଭୟ ଏସ. ଓକା ଏହି ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟଙ୍କ କୌଣସି ବେଂଚ୍ ସ୍ଥାପନର ଆବଶ୍ୟକତା ନଥିବା ସ୍ପଷ୍ଟ କରିଦେଇଛନ୍ତି । ମାମଲାର ଶୁଣାଣିବେଳେ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତର ହାଇକୋର୍ଟ ବେଂଚ୍ ପାଇଁ ଓକିଲଙ୍କ ଆନ୍ଦୋଳନକୁ ବିରୋଧ କରିଥିଲେ । କୋର୍ଟରେ ଯୁକ୍ତି ରଖି କହିଥିଲେ

ଆଇନଜୀବୀ ଅରବିନ୍ଦ ଦାତରଙ୍କ ଯୁକ୍ତି
– ଓଡ଼ିଶା ହାଇକୋର୍ଟଙ୍କ ବେଂଚ୍ ସ୍ଥାପନ ପାଇଁ ଓକିଲଙ୍କ ଆନ୍ଦୋଳନ ଆଉ ସମ୍ବଲପୁର ବାର ଆସୋସିଏସନ ଭିତରେ ସୀମିତ ନାହିଁ
– ବାଲେଶ୍ୱର, ରାଉରକେଲା, କୋରାପୁଟ ଓ ବଲାଙ୍ଗୀର ବାର ଆସୋସସିଏସନ ମଧ୍ୟ ସମାନ ଧରଣ ବାଦି କରୁଛନ୍ତି
ଜବାବରେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ମତ ରଖିଥିଲେ..
ସୁପ୍ରିମକୋର୍ଟ ବେଞ୍ଚଙ୍କ ମତ
– ତାହାହେଲେ ଓକିଲମାନେ ଏହାକୁ ଏକ ସମ୍ମାନର ପ୍ରଶ୍ନ କରିସାରିଛନ୍ତି
ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତର ପୁଣି କୋର୍ଟଙ୍କୁ ଜଣାଇଥିଲେ ଯେ..
ଆଇନଜୀବୀ ଅରବିନ୍ଦ ଦାତରଙ୍କ ଯୁକ୍ତି
– ୧୯୮୧ କମିଟି ରିପୋର୍ଟ ଅନୁସାରେ ହାଇକୋର୍ଟ ବେଂଚ୍ ମଧ୍ୟରେ ଅନ୍ୟୁନ ୩୦୦ କିଲୋମିଟର ଦୂରତା ରହିବା ଆବଶ୍ୟକ
ଏଭଳି ଯୁକ୍ତି ପରେ କୋର୍ଟଙ୍କ ଟିପ୍ପଣୀ ଥିଲା..
ସୁପ୍ରିମକୋର୍ଟ ବେଞ୍ଚଙ୍କ ମତ
– ତାହାହେଲେ କମିଟି ରିପୋର୍ଟ ଆଧାରରେ ରାଜ୍ୟରେ ଆଉ କୌଣସି ବେଂଚ୍ ପ୍ରତିଷ୍ଠାର ଆବଶ୍ୟକତା ନାହିଁ
– ବର୍ତ୍ତମାନ କୋର୍ଟ କାମରେ ବୈଷୟିକ ଜ୍ଞାନର ବ୍ୟବହାର ହେଉଥିବାରୁ ଆଉ କେଉଁଠି ବେଂଚ୍ କରିବା ଦରକାର ନାହିଁ
– ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅତି ସୁନ୍ଦରଭାବେ ରାଜ୍ୟରେ ଇ-କୋର୍ଟ ବ୍ୟବସ୍ଥାକୁ ଲାଗୁ କରିପାରିଛନ୍ତି
– ଭୁବନେଶ୍ୱର ବାର ଆସୋସିଏସନ୍ ମଧ୍ୟ କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ଦାବି କରୁଛି, ଯାହାକୁ କଟକ ବାର ବିରୋଧ କରିବ
– ତେଣୁ ଏମିତି ମନଇଛା ହାଇକୋର୍ଟ ସ୍ଥାନାନ୍ତର କିମ୍ବା ହାଇକୋର୍ଟ ବେଂଚ୍ ସ୍ଥାପନ ପାଇଁ ହେଉଥିବା ଦାବିକୁ ପୂରଣ କରିହେବନି
ଶେଷରେ ଆଇନଜୀବୀ ଅରବିନ୍ଦ ଦାତର କହିଥିଲେ ଯେ, ହାଇକୋର୍ଟ ବେଂଚ ହେବନାହିଁ ବୋଲି ସିଧା ମନାନକଲେ ଓକିଲମାନେ ଆଶାରେ ରହିବେ ଯେ, କେବେ ନା କେବେ ସେମାନଙ୍କ ଦାବି ପୂରଣ ହୋଇପାରେ । ଏହାପରେ କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ସିଧାସିଧା ଶୁଣାଇ ଦେଇଥିଲେ ଯେ, ଓଡ଼ିଶା ହାଇକୋର୍ଟଙ୍କ ବେଂଚ୍ ପ୍ରତିଷ୍ଠା ହେବାର କୌଣସି ଆଶା ନାହିଁ ।