ଛାଇ ଖୋଜୁଛି ରାଜଧାନୀ: ଘରୁ ବାହାରିବାକୁ ଲାଗୁଛି ଡର

131

କନକ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛି ଜନଜୀବନ । ଗାଁ ଠୁ ସହର, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାତି ଓ ଝାଞ୍ଜିରେ ମଣିଷ ଠୁ ଆରମ୍ଭ କରି ପଶୁ ପକ୍ଷୀ, ସମସ୍ତେ କଲବଲ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱରର କଥା ଆହୁରି ଚିନ୍ତାଜନକ । ତାତି ବଢ଼ିବା ସହ ଧିରେ ଧିରେ କଂକ୍ରିଟ ସହରରେ ପରିଣତ ହେଉଛି ରାଜଧାନୀ । ବେଧଡକ ଭାବେ ଗଛ କଟାଯାଉଥିବାରୁ ରାଜଧାନୀରେ ଛାଇ ଟିକିଏ ପାଇବା କଷ୍ଟକର ହୋଇ ପଡୁଛି ।

ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛି ଜନଜୀବନ । ଗାଁ ଠୁ ସହର, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାତି ଓ ଝାଞ୍ଜିରେ ମଣିଷ ଠୁ ଆରମ୍ଭ କରି ପଶୁ ପକ୍ଷୀ, ସମସ୍ତେ କଲବଲ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱରର କଥା ଆହୁରି ଚିନ୍ତାଜନକ । ତାତି ବଢ଼ିବା ସହ ଧିରେ ଧିରେ କଂକ୍ରିଟ ସହରରେ ପରିଣତ ହେଉଛି ରାଜଧାନୀ । ବେଧଡକ ଭାବେ ଗଛ କଟାଯାଉଥିବାରୁ ରାଜଧାନୀରେ ଛାଇ ଟିକିଏ ପାଇବା କଷ୍ଟକର ହୋଇ ପଡୁଛି ।

ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଲଗାତାର ଭାବେ ଭୁବନେଶ୍ୱରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି । ତାତି ବଢ଼ିବା ସହ ଝାଞ୍ଜି ପବନ ବହୁଛି । ଏପରିକି ଗତ ୫ତାରିଖରେ ଭୁବନେଶ୍ୱର ଏସିଆ ମହାଦେଶର ଷଷ୍ଠ ଉତପ୍ତ ସହର ପାଲଟିଥିଲା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ତାତି ଅନୁଭୂତ ହେଉଛି । ରାତିରେ ବି ତ୍ରାହି ମିଳୁନି । ବିଶେଷକରି ସକାଳ ୯ଟା ପରେ ଘରୁ ବାହାରିବା ପାଇଁ ଡର ଲାଗୁଛି । ଖରାରୁ ଟିକେ ରକ୍ଷା ପାଇବା ପାଇଁ ଆଉ କୌଣସି ସ୍ଥାନରେ ବଡ ଗଛ ନଥିବାରୁ ଛାଇରେ ଟିକେ ଛିଡା ହୋଇଯିବାକୁ ଚାହିଁଲେ ବି ମିଳୁ ନାହିଁ ।

ପୂର୍ବରୁ ରାଜଧାନୀ ସବୁଜିମାରେ ଭରି ରହିଥିଲା । ଚାରିଆଡେ ବଡ ବଡ ଗଛ ଦେଖିବାକୁ ମିଳୁଥିଲା । ହେଲେ, ଏବେର ସ୍ଥିତି ଆପଣଙ୍କ ସାମନାରେ । .. କୁହାଯାଉଛି, ଚଉଡା ରାସ୍ତା, ବଡ ବଡ କୋଠା, କଳାକାରଖାନା ପାଇଁ ଗଛ ଗୁଡିକୁ କାଟି ଦିଆଯିବା ଫଳରେ ଭୁବନେଶ୍ୱରର ସ୍ଥିତି ଏମିତି ହୋଇଛି । ଆଉ ଏହା ରାଜଧାନୀକୁ ଉତ୍ପପ୍ତ କରିବାର ପ୍ରମୁଖ କାରଣ ।

ଏବେ ରାଜଧାନୀର ଯେଉଁଠି ଚାହିଁବେ ସେଠାରେ ଖାଲି ଗାଡି ହିଁ ଗାଡି ଦେଖିବେ । ଆଉ ଟ୍ରାଫିକରେ ଯେତେବେଳେ ଗାଡି ଗୁଡିକ ଛିଡା ହେଉଛି, ଖରାରେ ହନ୍ତସନ୍ତ ହେଉଛନ୍ତି ଲୋକେ । ରାସ୍ତା ପାଶ୍ୱର୍ରେ ଗଛ ନଥିବାରୁ ଛାଇ ଟିକିଏ ଖୋଜିଲେ ବି ମିଳୁନି ।

ରାଜଧୀନରେ ଗରମ ଯେତେ ବଢ଼ୁଛି, ସେତେ ଅଧିକ ଲୋକ ଅଂଶୁଘାତର ଶିକାର ହେଉଛନ୍ତି । କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଯେମିତି ବନୀକରଣକୁ ଗୁରୁତ୍ୱ ଦିଆଯିବା କଥା ସେମିତି ଦେଖିବାକୁ ମିଳୁନି ।