କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ବଡ ରାୟ । ଓସେପାର ମେରିଟ୍ ଲିଷ୍ଟ ରଦ୍ଦ କଲେ ହାଇକୋର୍ଟ । ନୂଆ ମେରିଟ ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ।

1,919

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଆଜି ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ଓସେପା ପକ୍ଷରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ଖାରଜ କରି ଜିଲ୍ଲା ବାରି ତାଲିକା ପ୍ରସ୍ତୁତ କରି ସାନି ମେରିଟ୍ ଲିଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ପୂର୍ବରୁ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇ ମାମଲା ଦାଏର ହୋଇଥିଲା । ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।