ବ୍ୟାଡମିଣ୍ଟନରେ ଓଡ଼ିଆ ଝିଅଙ୍କ ସଫଳତା । ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କଲେ ରୁତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ପଣ୍ଡା ।

105

କନକ ବ୍ୟୁରୋ: ବ୍ୟାଡମିଣ୍ଟନରେ ଓଡ଼ିଆ ଝିଅଙ୍କ ସଫଳତା । ଚଳିତବର୍ଷର ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୁଇ ଓଡ଼ିଆ ଖେଳାଳି । ଦୁଇ ଭଉଣୀ ଋୁତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା ଏହି ସଫଳତା ହାସଲ କରିଛନ୍ତି । ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଏ ଦୁହେଁ ପ୍ରଥମ ଓଡ଼ିଆ ।

ଏହି ପ୍ରତିଯୋଗିତା ବ୍ୟାଡମିଣ୍ଟନ କ୍ଷେତ୍ରରେ ବେଶ୍ ପ୍ରସିଦ୍ଧ । ଏଥିରେ ବିଶ୍ୱର ସବୁଠୁ ବଡ଼ ବଡ଼ ଖେଳାଳିମାନେ ସାମିଲ ହୋଇଥାନ୍ତି । ଆଉ ଏପରି ପ୍ରତିଯୋଗିତାରେ ଖେଳିବାକୁ ଦୁଇ ଓଡ଼ିଆ ଝିଅ ଯୋଗ୍ୟତା ହାସଲ କରିବା ବଡ଼ କଥା । ଆଜି ଠାରୁ ୧୭ ମାର୍ଚ୍ଚ ଯାଏଁ ଏହି ପ୍ରତିଯୋଗିତା ଖେଳାଯିବ । ଇଂଲଣ୍ଡର ବର୍ମିଂହମ୍ ଠାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି ।