ଘରେ ରହିଛି ୩୦ କୋଟିର ସମ୍ପତ୍ତି, ହେଲେ ଖାଇବାକୁ ନପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି

4,639

କନକ ବ୍ୟୁରୋ : ଇଏ କାହାଣୀ ହେଉଛି ଏମିତି ଏକ ପରିବାରର । ଯାହାଙ୍କ ଘରେ ଅଚଳାଚଳ ସଂପତି । ଘର, ଦ୍ୱାର, ଗାଡ଼ି ଘୋଡ଼ା କୌଣସିଥିରେ ଅଭାବ ନାହିଁ । ପରିବାର ଲୋକଙ୍କ ପାଖରେ ୩୦ କୋଟିର ସଂପତି । କିନ୍ତୁ ଏଭଳି ଏକ ପରିବାର’ର ମୂଳ ଦୁଆ ଥିବା ବୃୃଦ୍ଧ ଦମ୍ପତି, ଦୁଇ ଦୁଇ ଓଳି ଖାଇବାକୁ ନପାଇଁ ଆତ୍ମହତ୍ୟା କରିବା ଭଳି ଖବର ଏବେ ଚାଂଚଲ୍ୟ ଖେଳାଇ ଦେଇଛି । ଏଭଳି ଏକ ଘଟଣା ଘଟିଛି ହରିୟାଣାର ଚର୍ଖିଦ୍ରାହି ଦ୍ରାହି ସହରରେ । ଖାଇବାକୁ ମାଗିଲେ ମିଳୁଥଲା ବାସୀ ରୁଟି । ଆପତି କରୁଥିଲେ ମିଳୁଥିଲା ମାଡ଼ । ଯନ୍ତ୍ରଣା ଅସହ୍ୟ ହୋଇଯିବାରୁ ମୃତ୍ୟୁର ବାଟ ବାଛି ନେଇଛନ୍ତି ଏହି ବୃଦ୍ଧ ଦମ୍ପତି । କିନ୍ତୁ ମୃତ ଦମ୍ପତିଙ୍କ ପୁଅ କହିଛନ୍ତି ବାପା ମା ତାଙ୍କର ମାନସିକ ରୋଗୀ ଥିଲେ ତେଣୁ ଏଭଳି ଆତ୍ମହତ୍ୟା କରିଛନ୍ତି ।

ଆତ୍ମହତ୍ୟା କରିଥିବା ଏହି ଦମ୍ପତିଙ୍କ ହେଉଛନ୍ତି ୭୮ ବର୍ଷିୟ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ ଏବଂ ତାଙ୍କ ପତ୍ନୀ, ଭାଗଲୀ ଦେବୀ, ଯାହାଙ୍କା ବୟସ ୭୭ ବର୍ଷ । ଏହି ଦମ୍ପତିଙ୍କ ମୁଳ ଘର ହରିୟାଣାର ଗୋପୀ ଗାଁରେ । ଏହି ବୃଦ୍ଧ ଦମ୍ପତି ବାଢ଼ଡାରେ ନିଜ ପୁଅ ବୀରେନ୍ଦ୍ର ଆର୍ଯ୍ୟଙ୍କ ଘରେ ରହୁଥିଲେ । ଆତ୍ମହତ୍ୟା ସମ୍ପର୍କରେ ଜାଣିବା ପରେ ସମ୍ପର୍କୀୟମାନେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ମାମଲା ରୁଜୁ କରିଛି ।

ବଡ଼ କଥା ହେଉଛି ଆତ୍ମହତ୍ୟା କରିବା ପୂର୍ବରୁ ବୃଦ୍ଧ ଦମ୍ପତି ଏକ ସୁସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି । ଯେଉଁ ଚିଠିରେ ରହିଛି ତାଙ୍କ ଦୁଃଖ ଓ ଯନ୍ତ୍ରଣାର ପୁରା କାହାଣୀ । ସେପଟେ ବୃଦ୍ଧ ଦମ୍ପତିଙ୍କ ନାତି ପୁଅ ବିବେକ ଆର୍ଯ୍ୟ ୨୦୨୧ ବ୍ୟାଚ୍ର ଆଇଏସ୍ ଅଧିକାରୀ । ହରିଆଣା କ୍ୟାଡରରେ କାର୍ଯ୍ୟରତ ବୋଲି ଜଣାପଡିଛି ।