ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତ୍ତନ । ୨୦୨୪ ଆଇପିଏଲରେ ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ।

167

କନକ ବ୍ୟୁରୋ: ଆଇପିଏଲ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଦଳର ମଙ୍ଗ । ଅର୍ଥାତ୍ ୨୦୧୪ ଆଇପିଏଲ୍ ସଂସ୍କରଣ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

୧୦ବର୍ଷ ଧରି ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ । ରୋହିତଙ୍କ ନେତୃତ୍ୱରେ ଦଳ ପାଂଚଥର ଆଇପିଏଲ ଟାଇଟଲ ଜିତିଛି । ସେହିପରି ହାର୍ଦ୍ଦିକ ଦୁଇ ବର୍ଷ ଧରି ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇଥିଲେ । ତେବେ ହାର୍ଦ୍ଦିକ ଗୁଜରାଟ ହାତ ଛାଡ଼ି ମୁମ୍ବାଇ ପକ୍ଷରୁ ଖେଳିବାକୁ ନିଷ୍ପତି ନେଇଥିଲେ । ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ୨୦୨୨ ସଂସ୍କରଣରେ ବିଜେତା ହୋଇଥିବା ବେଳେ ୨୦୨୩ରେ ରନର୍ସଅପ୍ ହୋଇଥିଲା । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପରବର୍ତୀ ସଂସ୍କରଣରେ ସଫଳ ହେବା ନେଇ ଫ୍ରାଂଚାଇଜ୍ ଆଶାବାଦୀ ଅଛି ।