ବ୍ୟାଙ୍କ ଆଗରେ ଧାଡ଼ି ଲାଗିଲା, ଅବଧି ବଢ଼ିଲା । ନବରଙ୍ଗପୁରରେ ନଳକୂପ ଖନନ ପାଇଁ ଟଙ୍କା ଡିପୋଜିଟ୍ ଡିସେମ୍ବର ୨୨କୁ ବୃଦ୍ଧି।

240

କନକ ବ୍ୟୁରୋ: ବ୍ୟାଙ୍କ ଆଗରେ ଧାଡ଼ି ପରେ ଘୁଞ୍ଚିଲା ତାରିଖ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ଆବେଦନ ଅବଧି ଡିସେମ୍ବର ୨୨ ତାରିଖକୁ ବଢ଼ାଯାଇଛି ।

ନଳକୂପ ଖନନ ପାଇଁ ୟୁନିୟନ ବ୍ୟାଙ୍କରେ ୨୦ହଜାର ଟଙ୍କା ଡିପୋଜିଟର ଅବଧି ଶନିବାର ଯାଏଁ ଥିଲା । ଯାହାକୁ ନେଇ ଶତାଧିକ ଚାଷୀ ବ୍ୟାଙ୍କ ସମ୍ମୁଖରେ ଧାଡ଼ି ଲଗାଇବା ସହ ଆନ୍ଦୋଳନ କରିଥିଲେ । ବ୍ୟାଙ୍କ ଡିପୋଜିଟ୍ ଅବଧି ବୃଦ୍ଧି କରିବାକୁ ଚାଷୀ ଦାବି କରିଥିଲେ । ଏହାସହ ଆବେଦନ ପାଇଁ ପ୍ରଶାସନ କାହିଁକି କେବଳ ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟାଙ୍କକୁ ଚୟନ କରିଛି, ତାକୁ ନେଇ ପ୍ରଶ୍ନ କରିଥିଲେ ଚାଷୀ । ପ୍ରତିବାଦ ବଢ଼ିବାରୁ ରାଜ୍ୟ ଉଠା ଜଳସେଚନ ନିଗମ ଆବେଦନ ତାରିଖକୁ ଆଉ ୬ ଦିନ ଘୁଂଚାଇଛି । ସୂଚନା ଅନୁସାରେ, ଜମିରେ ନଳକୂପ ଖନନ ପାଇଁ ଗତ ୪ ତାରିଖରେ ଏକ ବିଜ୍ଞପ୍ତି ବାହାରିଥିଲା । ଏଥିରେ ଟଙ୍କା ଡିପୋଜିଟ୍ କରିବାର ଶେଷ ତାରିଖ ଡିସେମ୍ବର ୧୬ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଅନେକ ଚାଷୀ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିପାରିନାହାନ୍ତି । ତେଣୁ ତାରିଖ ବଢ଼ାଇବାକୁ ଦାବି କରିଥିଲେ ଚାଷୀ ।