ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ ଅଭିଯୋଗ ପରେ ସ୍ପଷ୍ଟୀକରଣ: କହିଲେ, ଭାଷାକୁ କେବେ କରିନାହିଁ ତାତ୍ସଲ୍ୟ

ପାଠ୍ୟପୁସ୍ତକରେ ଆଂଚଳିକ ଭାଷାର ବ୍ୟବାହାର ପାଇଁ ଦାବି ରଖିଲେ ହଳଧର ନାଗ

753

କନକ ବ୍ୟୁରୋ: ଓଡିଆ ଭାଷା ବିରୋଧୀ ମନ୍ତବ୍ୟ ଓ ଶଦ୍ଦକୁ ତାତ୍ସଲ୍ୟ କରିବା ନେଇ ଥାନାରେ ଅଭିଯୋଗ ହେବା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ଏଭଳି ଅଭିଯୋଗକୁ ସେ ଖଣ୍ଡନ କରିବା ସହ ହଳଧର କହିଛନ୍ତି, ଓଡିଆ ଭାଷାକୁ ସେ କେବେ ତାତ୍ସଲ୍ୟ କରିନାହାନ୍ତି । ଭାଷାକୁ ବହୁତ ସମ୍ମାନ ଦିଅନ୍ତି । ଓଡିଆ ଭାଷାକୁ ତାତ୍ସଲ୍ୟ କରେନି, କିନ୍ତୁ ଆମ ଭାଷାରେ କିଛି ଶବ୍ଦ ତାତ୍ସଲ୍ୟ କଲାଭଳି ଦିଶୁଛି । ଏହା ସହ ପାଠ୍ୟପୁସ୍ତକରେ ଆଚଂଳିକ ଭାଷାର ବ୍ୟବହାର ହେଉ ବୋଲି ହଳଧର ଦାବି କରିଛନ୍ତି ।

ହଳଧର ନାଗ କହିଛନ୍ତି, ସମ୍ବଲପୁରରେ ପ୍ରଚଳିତ ପାଠ୍ୟପୁସ୍ତକରେ ଯେଉଁ ଆଂଚଳିକ ଶଦ୍ଦ ରହିଛି , ସେଗୁଡିର ତାତ୍ସଲ୍ୟ କଲାଭଳି ଲାଗୁଛି । ତେଣୁ କୋଶଳୀ ଭାଷାରେ ପାଠ୍ୟପୁସ୍ତକ ପ୍ରକାଶ ପାଇଲେ ପିଲାମାନଙ୍କୁ ପଢାଇବାରେ ସୁବିଧା ହେବ । ଗତକାଲି ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ କିଛି ଲେଖକ ଓ ସାମ୍ବାଦିକ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।ଏଥିରେ କୁହାଯାଇଥିଲା, ଲାଗାତାର ଭାବେ ହଳଧର ନାଗ ଓଡିଆ ଭାଷାକୁ ଉପହାସ ଓ ଅପମାନ କରି ବକ୍ତବ୍ୟ ରଖୁଛନ୍ତି । ତେଣୁ ଆଇନ ଅନୁଯାୟୀ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଲେଖକ ଓ ସାମ୍ବାଦିକ ଦାବି କରିଥିଲେ ।