ଆଇପିଏଲ୍ ଉଦଘାଟନୀ ମ୍ୟାଚରେ ଗୁଜରାଟ ଟାଇଟନ୍ସର ଦମଦାର ବିଜୟ : ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ହରାଇଲା ଡିଫେଣ୍ଡିଂ ଚାମ୍ପିୟନ

183

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚରେ ଗୁଜରାଟ ଟାଇଟନ୍ସର ଜବଦରସ୍ତ ବିଜୟ । ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜରାଟ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ ୭ ୱିକେଟରେ କରିଥିଲା ୧୭୮ ରନ୍ । ଜବାବରେ ଚେନ୍ନାଇ ୪ ବଲ ବାକି ଥାଇ ମୁକାବିଲାକୁ ଜିତି ନେଇଥିଲା । ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାଡ୍ ସର୍ବାଧିକ ୯୨ ରନ୍ କରିଥିଲେ ।

ମୋଇନ୍ ଅଲୀ ୨୩, ଶିବମ ଦୁବେ ୧୯ ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅପରାଜିତ ୧୪ ରନ୍ କରିଥିଲେ । ଗୁଜରାଟ ପକ୍ଷରୁ ରଶିଦ୍ ଖାନ୍ ୨ଟି ସଫଳତା ପାଇଥିଲେ । ଗୁଜରାଟର ଇନଫର୍ମ ଓପନର ଶୁବମନ ଗିଲ୍ ୬୩ ରନର ଇନିଂସ୍ ଖେଳିଥିଲେ । ସେହିପରି ବିଜୟ ଶଙ୍କର ୨୭, ଋଦ୍ଧିମାନ ସାହା ୨୫ ଓ ସାଇ ସୁଦର୍ଶନ ୨୨ ରନ୍ କରିଥିଲେ । ରାହୁଲ ତେୱାତିଆ ଓ ରଶିଦ୍ ଖାନ୍ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଏହା ପୂର୍ବରୁ ଉଦଘାଟନୀ ସମାରୋହରେ ଜଲୱା ଦେଖାଇଥିଲେ ବଲିଉଡ୍ ଅଭିନେତ୍ରୀ ରଶ୍ମିକା ମନ୍ଧାନା ଓ ତମନ୍ନା ଭାଟିଆ । ସେହିପରି ଜଣାଶୁଣା ଗାୟକ ଅରିଜିତ ସିଂ ମଧ୍ୟ ନିଜ ଗୀତ ଦ୍ୱାରା ଦର୍ଶକଙ୍କୁ ମତୁଆଲା କରିଥିଲେ ।

ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଇମ୍ପାକ୍ଟ ପ୍ଲେୟାର୍‌ ନିୟମ ଲାଗୁ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ହିଁ ଉଭୟ ଦଳ ଏହାକୁ ପ୍ରୟୋଗ କରିଛନ୍ତି । ପ୍ରଥମ ପାଳି ପରେ ବ୍ୟାଟର୍ ଅମ୍ବାତି ରାୟୁଡୁଙ୍କ ବଦଳରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପେସ୍‌ ବୋଲର ତୁଷାର ଦେଶପାଣ୍ଡେଙ୍କୁ ଖେଳାଇଥିଲା । ଦେଶପାଣ୍ଡେ କିନ୍ତୁ ତାଙ୍କ ପ୍ରଥମ ଓଭରରେ ୧୫ ରନ୍ ବ୍ୟୟ କରିଥିଲେ । ଶେଷକୁ ଲଜ୍ଜାଜନକ ବୋଲିଂ ଚିତ୍ର (୩.୨-୦-୫୧-୧) ପାଇଥିଲେ । ସେହିଭଳି ପ୍ରଥମ ପାଳି ବେଳେ ଆହତ ହୋଇଥିବାରୁ କେନ୍‌ ୱିଲିୟମସନ୍‌ଙ୍କ ବଦଳରେ ଗୁଜରାଟ ଟାଇଟନ୍ସ ସାଇ ସୁଦର୍ଶନଙ୍କୁ ଖେଳାଇଥିଲା । ସୁଦର୍ଶନ ୧୭ ବଲ୍‌ରୁ ୨୨ ରନ୍‌ କରି ହାଙ୍ଗରେକର୍‌ଙ୍କ ଶିକାର ହୋଇଥିଲେ ।