ନିର୍ବାଚନ ପାଇଁ ଗୁଜୁରାଟରେ ବିଭିନ୍ନ ରାଜନୈତିକ ଦଳର ପହରା : ହୋମ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ’

53

କନକ ବ୍ୟୁରୋ : ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜ୍ୟରେ ଡେରା ପକାଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ହୋମ ଗ୍ରାଉଣ୍ଡରେ ଲଗାତାର ପାୱାର ଶୋ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାରଠୁ ମୋଦିଙ୍କ ୩ଦିନିଆ ଗୁଜୁରାଟ ଗସ୍ତ ଆରମ୍ଭ ହୋଇଛି । ଭରୁଚରେ ଆୟୋଜିତ ରାଲିରେ କଂଗ୍ରେସ ଓ ଆପକୁ ସିଧାସଳଖ ମୋଦୀ ଟାର୍ଗେଟ କରିଛନ୍ତି  । ସହରୀ ନକ୍ସଲ ବେଶ ବଦଳାଇ ଗୁଜୁରାଟରେ ପଶିବାକୁ ଚେଷ୍ଟା କରୁଛନ୍ତି । ଏମାନେ ରାଜ୍ୟର ଯୁବଗୋଷ୍ଠୀଙ୍କ ଜୀବନ ନଷ୍ଟ କରିବାକୁ ଚାହୁଁଛନ୍ତି ତେବେ ବିଜେପି ଏହା କଦାପି କରିବାକୁ ଦେବନି ବୋଲି ମୋଦୀ କହିଛନ୍ତି ।