ଜୁଲାଇ ୧ର ବଜାର ଦର ! ଏବେ ବି ଅବୁଝା ହୋଇ ରହିଛି ଜିଏସଟି

39

କନକ ବ୍ୟୁରୋ : ଆଉ ଗୋଟିଏ ଦିନର ଅପେକ୍ଷା । ବଦଳି ଯିବ ସାରା ଦେଶର ଟିକସ ବ୍ୟବସ୍ଥା । ଜୁଲାଇ ପହିଲାରୁ ଲାଗୁ ହେବ ଏକକ ଟିକସ । ହେଲେ ଏହି ଦ୍ରବ୍ୟ ଓ ସେବା କର ପାଇଁ ଆମେ କେତେ ପ୍ରସ୍ତୁତ । ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ଆଜି କହିଛନ୍ତି, ଓଡ଼ିଶା ଏହି ନୂଆ ଟିକସ ବ୍ୟବସ୍ଥା ଲାଗୁ ପାଇଁ ଯଥେଷ୍ଟ ପ୍ରସ୍ତୁତ । ୬୧ ପ୍ରତିଶତ ବ୍ୟବସାୟୀ ଜିଏସଟି ପଂଜିକରଣ କରିଥିବା ସେ କହିଛନ୍ତି । ହେଲେ ବ୍ୟବସାୟୀ ଏବେବି ଦ୍ୱନ୍ଦରେ । ଜିଏସଟିକୁ ସ୍ୱାଗତ କରୁଛନ୍ତି ସତ । ହେଲେ କର ବ୍ୟବସ୍ଥାକୁ ନେଇ ସନ୍ଦେହ ଦୂର ହେଉନି । ଆଉ ଏହାରି ଭିତରେ ସବୁଠାର ବଡ ପ୍ରଶ୍ନ, ୧ ତାରିଖ ସକାଳେ କିଭଳି ରହିବ ବଜାର ଦର । ଦୋକାନୀ କେତେ ଟଙ୍କାରେ ବିକିବେ ଆଉ ଗ୍ରାହକ କେତେ ଟଙ୍କାରେ କିଣିବେ?

ନୂଆ ଟିକସକୁ ନେଇ ବ୍ୟବସାୟୀଙ୍କ ଭଳି ଖୁଚୁରା ବ୍ୟବସାୟୀ ଏବଂ ସାଧାରଣ ଗ୍ରାହକଙ୍କ ମନରୁ ବି ସନ୍ଦେହ ଯାଇନି । କ’ଣ ହେବ ମହଙ୍ଗା, କ’ଣ ହେବ ଶସ୍ତା । ଏମିତି ପ୍ରଶ୍ନ ଭିତରେ ଖୁଜୁରା ବ୍ୟବସାୟୀ ଛନ୍ଦି ହୋଇଥିବା ବେଳେ ଗ୍ରହକଙ୍କ ଚିନ୍ତା, ଏହି ନୂଆ ବ୍ୟବସ୍ଥା ଆଣିବ ନି ତ ଅତିରିକ୍ତ ବୋଝ । ବ୍ୟବସାୟୀ ସଂଘ କିନ୍ତୁ ସକରାତ୍ମକ ଦୃଷ୍ଟିରେ ଏହାକୁ ଦେଖିଛି ।

ସ୍ୱାଧୀନତା ପରେ ଦେଶର ସବୁଠୁ ବଡ ଟିକସ ବ୍ୟବସ୍ଥାରେ ଆସୁଥିବା ଏହି ସଂସ୍କାର ପୂର୍ବରୁ ଆଜି ଓଡ଼ିଶାର ପ୍ରସ୍ତୁତ ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଶିଶିଭୁଷଣ ବେହେରା । ଯେଉଁଥିରେ କୁହାଯାଇଛି- ଓଡ଼ିଶା ଯଥେଷ୍ଟ ପ୍ରସ୍ତୁତ । ୬୧ ପ୍ରତିଶତ ବ୍ୟବସାୟୀ ଜିଏସଟି ପଂଜିକୃତ କରି ସାରିଛନ୍ତି । ତେଣୁ ଓଡ଼ିଶାରେ ସମସ୍ୟା ହେବନାହିଁ ।

୧ ତାରିଖ ସକାଳେ ସକିଭଳି ରହିବ ବଜାର ଦର? ଅଧିକ ଦରରେ ଗ୍ରାହକ କିଣିବେ କି ସାମଗ୍ରୀ? ଏମଆରପି ଠାରୁ ଅଧିକ ଦରରେ ହେବ କି ବିକ୍ରି? ସାମଗ୍ରୀରେ କିଭଳି ବ୍ୟବସାୟୀ ଯୋଡିବେ ଅତିରିକ୍ତ ଟିକସ?

ଆଉ ଏଥିପାଇଁ ଆସନ୍ତାକାଲି ମଧ୍ୟରାତ୍ରିରେ ସାଂସଦରେ ବସୁଛି ସ୍ୱତନ୍ତ୍ର ଅଧିବେଶ । ଯେଉଁଥିରେ ଶାସକ ଏବଂ ବିରୋଧୀ ଦଳର ବହୁ ତୁଙ୍ଗ ନେତା ଏଥିରେ ସାମିଲ ହେଉଛନ୍ତି ।