୬୬ଟି ଦ୍ରବ୍ୟର ମୂଲ୍ୟ କମାଇଲା ଜିଏସଟି କାଉନସିଲ ! ଜାଣନ୍ତୁ ଏହାର ଏକ ତାଲିକା

26

ଦେଶର ସବୁଠାରୁ ବଡ ଟିକସ ଦରରେ ସୁଧାର ଉପରେ ରବିବାର ହୋଇଥିଲା ଜିଏସଟି ପରିଷଦ ବୈଠକ । ଏହି ବୈଠକରେ କିଛି ଦ୍ରବ୍ୟ ଉପରେ ଦରର ସଂଶଧୋନ କରାଯାଇଛି । ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ବିଷୟରେ ସୂଚନା ଦେଇଥିଲେ । ଅର୍ଥମନ୍ତ୍ରୀ କହଛନ୍ତି, ଏହି ଯୋଜନା ଯୋଗୁଁ ପ୍ରତିବର୍ଷ ୭୫ ଲକ୍ଷ କାରବାର କାରବାର କରୁଥିବା ବେପାରୀ, ରେସ୍ତୁରାଁ ମାଲିକ ଲାଭବାନ ହେବେ । ପ୍ରଥମେ ଏହି ସୀମା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା ।
ଅରୁଣ ଜେଟଲୀ କହିଛନ୍ତି ଜିଏସଟି ପରିଷଦ ୬୬ ପ୍ରକାରର ଦ୍ରବ୍ୟ ଉପରେ ମୂଲ୍ୟ କମାଇଛନ୍ତି । ଏହି ହିସାବରେ କମ୍ପୁଟର ପ୍ରିଣ୍ଟରରେ ଜିଏସଟି ଦର ୨୮ ପ୍ରତିଶତ ଜାଗାରେ ୧୮ ପ୍ରତିଶତ କରାଯାଇଛିି । ଏହାସହ ଇନସୁଲିନ ଉପରେ ଆଠ ପ୍ରତିଶତ ମୂଲ୍ୟ ଯଟାଇଛି ଓ ସ୍କୁଲ ବ୍ୟାଗ ଉପରେ ଟିକସ ରହିବ ୨୮ ପ୍ରତିଶତ ।

ଏହା ବ୍ୟତୀତ କାଜୁ ଉପରେ ଟିକସ ୧୨ ପ୍ରତିଶତ ହଟାଇ ୫ ପ୍ରତିଶତ କରାଯାଇଛି । ଆଚାର,ଚଟଣୀ, ସସ୍ ଓ ଡବାବନ୍ଦ ଖାଦ୍ୟ ଉପରେ ଟିକସ ଦର ୧୮ ପ୍ରତିଶତ ରୁ ହଟାଇ ୧୨ ପ୍ରତିଶତ କରାଯାଇଛି । ସ୍କୁଲ ପିଲାଙ୍କର ରଙ୍ଗ ଓ ଡ୍ରଇଙ୍ଗ ବୁକ ଉପରେ ଟିକସ ୧୨ ପ୍ରତିଶତ ହଟାଇ ଶୂନ୍ୟ କରିଦିଆଯାଇଛି । ଏବେ ଠାରୁ ଏହି ଜିନିଶରୁ କୈାଣସି ଟିକସ ନିଆଯିବ ନାହିଁ ।

କିନ୍ତୁ ସାନୀଟାରୀ ନ୍ୟାପକିନ ଉପରେ ଟିକସ ହଟାଇବା ର ଦାବି ଉପରେ ଅର୍ଥମନ୍ତ୍ରୀ କହିଥିଲେ ଯାହା ଆଗରୁ ଯୋଜନା ହୋଇଛ, ସେଥିରେ କିଛି ପରିବର୍ତ୍ତନ ହେବ ନାହିଁ । ସୂଚନାରୁ ଜଣାପଡିଛି ସାନିଟାରୀ ନାପକିନ ଉପରେ ଟିକସ ହଟାଇବା ପାଇଁ ମହିଳା ସଂଗଠନର ଦାବି ଥିଲା ।

ଏହା ବ୍ୟତୀତ ଅନେକ ଦ୍ରବ୍ୟ ଉପରେ ଲାଗୁଥିବା ଟିକସରେ ପରିବର୍ତ୍ତନ କରାଯାଇଛି । ଆସନ୍ତୁ ଜାଣିବା ଏହାର ଏକ ତାଲିକା . . . . .

– ଛୁରୀ କଣ୍ଟା ଉପରୁ ଟିକସ ହ୍ରାସ କରି ୧୮ ପ୍ରତିଶତରୁ ୧୨ ପ୍ରତିଶତ କରାଯାଇଛି ।

– ଟ୍ରାକ୍ଟରର କିଛି ଉପକରଣରେ ଟିକସ ୨୮ ପ୍ରତିଶତରୁ ରୁ ୧୮ କରାଯାଇଛିି ।

– ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ସିନେମା ଟିକଟ ଉପରେ ଜିଏସଇଟିର ଦୁଇଟି ଦର ଅଛି, ଯାହା ୧୦୦ ଟଙ୍କା ତଳକୁ ଥିବା ଟିକଟରେ ଟିକସ ଦର ରହିବ ୧୮ ପ୍ରତିଶତ ।

ଜିଏସଟି ପରିଷଦର ଆସନ୍ତା ବୈଠକ ୧୮ ଜୁନରେ  ବସିବ । ଏହି ବୈଠକରେ ଲଟେରୀ ଟାକ୍ସ,ଇ-ବିଲ ଉପରେ ଟିକଟ ନେଇ ଚର୍ଚ୍ଚା ହେବ ବୋଲି ସୂଚନା ମଳିଛି ।

                                                           ସୌଜନ୍ୟ-ଆଜତକ