ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ପଡିଲା ତାଲା : ବିଭିନ୍ନ ସମସ୍ୟାର ସମାଧାନ ସହ ଆଇଟିଆଇର ଅଧ୍ୟକ୍ଷ ବଦଳି ଦାବି

447

କନକ ବ୍ୟୁରୋ : ବିଭିନ୍ନ ସମସ୍ୟାର ସମାଧାନ ସହ ଆଇଟିଆଇର ଅଧ୍ୟକ୍ଷଙ୍କୁ ବଦଳି ପାଇଁ ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନକୁ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଆଇଟିଆଇରେ ମାର୍କ କମ ଦେଇଥିବା ଅଭିଯୋଗ କରିଥିଲେ ଛାତ୍ର ଛାତ୍ରୀ । ଇଲେକ୍ଟ୍ରିକାଲ, ଆରଏସି, ଫିଟର ବିଭାଗରେ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଆଇଟିଆଇରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଲେଜ କର୍ତୃପକ୍ଷଙ୍କୁ ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ହେଲେ ଏ ଦିଗରେ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ରେଡ୍ ଟେଷ୍ଟ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମାର୍କ କମ ଥିବାରୁ କଲେଜ ସମ୍ମୁଖରେ ଉତେଜନା ଦେଖା ଦେଇଛି । କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟରେ ଜିଦରେ ଅଟଳ ରହିଥିଲେ । ଦୀର୍ଘ ସମୟ ଧରି ତାଲା ବନ୍ଦ କରି ରହିଥିବା ଛାତ୍ର ଛାତ୍ରୀ କଂଟାବାଞ୍ଜି ପୋଲିସ ପହଂଚି ବୁଝାସୁଝା କରିବା ପରେ ତାଲା ଖୋଲା ଯାଇଥିଲା ।