୭୩ତମ ସାଧାରଣତନ୍ତ୍ର ଦିବସ : ଓଡିଶାରୁ ୨୨ ଜଣ ହେବେ ପୁରସ୍କୃତ

97

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ତିନିଟି ବର୍ଗରେ ୯୩୯ ଜଣଙ୍କୁ ପୋଲିସ ପଦକ ଦେବାକୁ ଘୋଷଣା କରିଛି । ଚଳିତ ବର୍ଷ ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପୋଲିସ ପଦକ ମିଳିବ । ପ୍ରତିଷ୍ଠିତ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ,୯ ଜଣଙ୍କୁ ସାହସିକତା ମେଡାଲ ଏବଂ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯିବ ।

ଭୁବନେଶ୍ବର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଏବଂ କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତିଙ୍କୁ ପ୍ରତିଷ୍ଠିତ ସେବା ପାଇଁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ । ଏହା ସହ ସାହସିକତା ପାଇଁ ଓଏପିଏଫ୍‌ର ସ୍ବର୍ଗତ ଜୟରାମ କବାସୀ, ଏସ୍‌ପି ଋଷିକେଶ ଧ୍ୟାନଦେଓ ଖିଲାରୀ, ଓଏପିଏଫ୍‌ର ରାମୁ ଦୁରୁଆ, କନେଷ୍ଟବଳ ବନ୍ଧୁ ହନ୍ତାଳ, କନେଷ୍ଟବଳ ଘିନୁ ହନ୍ତାଳ, ହାବିଳଦାର ପ୍ରବୀଣ ଥାପ୍ପା, ହାବିଳଦାର ରାଜେଶ ବିଶ୍ବକର୍ମା, କନେଷ୍ଟବଳ ବିଜୟ ସାହି ଏବଂ କନେଷ୍ଟବଳ ଔଷଧୀନାଥ ବେହେରାଙ୍କୁ ‌ପୋଲିସ ପଦକ ପ୍ରଦାନ କରାଯିବ ।

ଏହା ସହିତ ଭିଜିଲାନ୍ସ ନିର୍ଦ୍ଦେଶାଳୟ କଟକର ଆଇଜିପି ସଂଜୟ କୁମାର କୌଶଳ, ଡିଏସ୍‌ପି  କମଳ ଲୋଚନ ଭୂୟାଁ, ଡିଏସ୍‌ପି ଭିଜିଲାନ୍ସ ନିର୍ଦ୍ଦେଶାଳୟର ସୁଜାତା ଖଣ୍ଡୱାଲ, ଡିଏସ୍‌ପି ସ୍ପେସାଲ୍‌ ବ୍ରାଞ୍ଚ ରଘୁନାଥ ପ୍ରସାଦ ନାୟକ, ଭୁବନେଶ୍ବର ଏସିପି ଅରୁଣ କୁମାର ସ୍ବାଇଁ, ଡ୍ରାଇଭର ହାବିଲଦାର ସେଖ୍ ଅତାଉଲ୍ଲା,ଏଏସ୍‌ଆଇ କୃତିବାସ ପଣ୍ଡା, ଏସ୍‌ଆଇ ମଧୁସୂଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ଏସ୍‌ଓଜି ପୱଲ ଦୟ‌ାଲ ବା, ଡିଏସ୍‌ପି ଅଜୟ କୁମାର ମିଶ୍ର ଏବଂ କନେଷ୍ଟବଳ ମୌଲି ମୋହନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ।

ଅଗ୍ନିଶମ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଭିନ୍ନ ରାଜ୍ୟର ମୋଟ ୪୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ମିଳିବା ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା‌ବେଳେ ଏଥର ଓଡ଼ିଶାରୁ କାହାରିକୁ ମେଡାଲ ପାଇଁ ଚୟନ କରାଯାଇନାହିଁ । କାରାଗାର ସୁଧାର ପାଇଁ ଜେଲ ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ବାଇଁଙ୍କୁ ରାଷ୍ଟ୍ରପତି ପ୍ରଶଂସା ପଦକ ମିଳିବ । ଏହା ସହ ଜେଲର୍‌ ଦିଲୀପ କୁମାର କେରକେଟା ଉଲ୍ଲେଖନୀୟ ସେବା ପଦକ ପାଇବେ । ହୋମଗାର୍ଡ ଓ ସିଭିଲ ଡିଫେନ୍‌ସ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୫ ଜଣଙ୍କୁ ମେଡାଲ ପାଇଁ ମନୋନୀତ କରାଯାଇଛି । ସେମାନେ ହେଲେ କଂପାନି କମାଣ୍ଡାଣ୍ଟ ଜୟନ୍ତ କୁମାର ପଟେଲ, ହୋମଗାର୍ଡ ରବୀନ୍ଦ୍ର କୁମାର ମଲ୍ଲିକ, ହୋମଗାର୍ଡ ମାୟାଧର ସୁତାର, ସିଭିଲ୍‌ ଡିଫେନ୍ସ ସ୍ବେଚ୍ଛାସେବୀ ବି. ରାଜକିଶୋର ସିଂହ ଓ ସିଭିଲ ଡିଫେନ୍‌ସ ସ୍ବେଚ୍ଛାସେବୀ ସୁରଜ ହେମ୍ବ୍ରମ।