ଗୋପାଳପୁର ବେଳାଭୂମି ମହୋତ୍ସବର ଉଦଯାପନୀ ସଂଧ୍ୟାରେ ରେଭନ୍ଥଙ୍କ ଜଲୱା ! ସୁମଧୁର ସଙ୍ଗୀତରେ ଝୁମିଲେ ଦର୍ଶକ

42

କନକ ବ୍ୟୁରୋ : ଉଦଯାପିତ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୭ । ଶେଷ ସଂଧ୍ୟାରେ ବଲିଉଡ ଗାୟକ ଏଲ.ଭି ରେଭନ୍ଥଙ୍କ ସୁମଧୁର ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ । ଗୋପାଳପୁର ବେଳାଭୂମି ମହୋତ୍ସବରେ ଜଲୱା ଦେଖାଇଲେ ଗାୟକ ଏଲଭି ରେଭନ୍ଥ । ମହୋତ୍ସବର ଶେଷ ସଂଧ୍ୟାରେ ରେଭନ୍ଥଙ୍କ ସୁମଧୁର ଗୀତକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ ।

ଲାଲ୍ ଇଷ୍କ ଗୀତରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ରେଭନ୍ଥ । ପରେ ପରେ ଗୁଲାବି ଆଖେଁ, ଶାଢୀ କେ ଫଲ୍ ଆଦି ଗୀତ ଗାଇଥିଲେ ଏହି ଗାୟକ । ରେଭନ୍ଥଙ୍କ ଗୀତରେ ଝୁମିଥିଲେ ଦର୍ଶକ । କେବଳ ଦର୍ଶକ ନୁହଁନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଜିଲ୍ଲାପାଳ ପ୍ରେମଚନ୍ଦ ଚୌଧୁରୀଙ୍କୁ ମଧ୍ୟ ନଚାଇଥିଲେ ରେଭନ୍ଥ । ଗୋପାଳପୁର ବେଳାଭୂମି ମହୋତ୍ସବର ଶେଷ ରଜନୀରେ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ବି ପରିବେଷଣ ହୋଇଥିଲା । ୫ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବର ସବୁ ଦିନ ପ୍ରବଳ ଜନସମାଗମ ହୋଇଥିଲା । ଏହି ମହୋତ୍ସବକୁ ବେଶ୍ ଉପଭୋଗ କରିଥିଲେ ଦର୍ଶକ ।