ଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ । ପ୍ରଶଂସକଙ୍କ ମଧ୍ୟରେ ଶୋକ

803

କନକ ବ୍ୟୁରୋ: ଖ୍ୟାତନାମା ଟେଲିଭିଜନ ଉପସ୍ଥାପିକା ତଥା ଦୂରଦର୍ଶନର ପ୍ରଥମ ମହିଳା ଇଂରାଜୀ ନ୍ୟୁଜ୍ ଉପସ୍ଥାପିକା ଗୀତାଞ୍ଜଳି ଆୟାରଙ୍କର ବୁଧବାର ଦିନ ପରଲୋକ ଘଟିଛି। ଟିଭି ସାମ୍ବାଦିକତା କ୍ଷେତ୍ରରେ ଗୀତାଞ୍ଜଳି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେ ତାଙ୍କର ୩ ଦଶନ୍ଧିର କାର୍ୟ୍ୟକାଳରେ ୪ ଥର ଶ୍ରେଷ୍ଠ ଖବର ଉପସ୍ଥାପିକା ପୁରସ୍କାର ହାସଲ କରିଥିଲେ। ତାଙ୍କର ବିୟୋଗରେ ସାମ୍ବାଦିକତା ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।