ନୂଆ ସଂସଦ ଭବନରେ ‘ଅଖଣ୍ଡ ଭାରତ’ ନକ୍ସାକୁ ନେଇ ଖପ୍ପା ବାଂଲାଦେଶ ସରକାର । ମାଗିଲେ ସ୍ପଷ୍ଟିକରଣ ।

348

କନକ ବ୍ୟୁରୋ: ଭାରତର ନୂଆ ସଂସଦ ଭବନରେ ‘ଅଖଣ୍ଡ ଭାରତ’ ନକ୍ସାକୁ ନେଇ କ୍ଷୋଭ ପ୍ରକାଶ କଲେ ବାଂଲାଦେଶ ସରକାର । ଭାରତର ନକ୍ସାରେ କାହିଁକି ବାଂଲାଦେଶକୁ ସଂଲଗ୍ନ କରାଯାଇଛି ଏନେଇ ସ୍ପଷ୍ଟିକରଣ ରଖିବାକୁ ଦାବି କରିଛନ୍ତି ବାଲାଂଦେଶ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଶହରିୟାର ଆଲମ୍ ।

ଏହା ପୂର୍ବରୁ ମଧ୍ୟ ଏହି ମାନଚିତ୍ରକୁ ନେଇ ନେପାଳ ଓ ପାକିସ୍ତାନ ପ୍ରଶ୍ନ ଉଠାଇସାରିଛନ୍ତି । ନିକଟରେ ପ୍ରତିଷ୍ଠା ହୋଇଥିବା ନୂଆ ସଂସଦ ଭବନରେ ବିଭିନ୍ନ କଳାକୃତି ସ୍ଥାନ ପାଇଥିବାବେଳେ ଏଠାରେ ଅଖଣ୍ଡ ଭାରତର ଏକ ଭିତ୍ତିଚିତ୍ରକୁ ମଧ୍ୟ ସ୍ଥାନିତ କରାଯାଇଛି । ଗଣମାଧ୍ୟମର ତଥ୍ୟ ମୁତାବକ, ସୋମବାର ଢାକା ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଆଲମ କହିଛନ୍ତି ଯେ, ଫଟୋର ରାଜନୀତି ସହ କିଛି କିଛି ସମ୍ପର୍କ ନାହିଁ । ଏନେଇ ଭ୍ରମିତ ହେବାର ବି କିଛି କାରଣ ନାହିଁ । ଦିଲ୍ଲୀ ସ୍ଥିତ ହାଇ କମିଶନଙ୍କୁ ଏଥିପାଇଁ ଭାରତ ବିଦେଶ ମନ୍ତ୍ରାଳୟର ସ୍ପଷ୍ଟୀକରରଣ ନେବାକୁ କୁହାଯାଇଛି, ଯାହାଦ୍ୱାରା ଜଣପଡିବ ଯେ, ଏହି ପ୍ରସଙ୍ଗରେ ଭାରତର ପକ୍ଷ କ’ଣ ବୋଲି ଜଣାପଡିବ । ତେଣୁ ଭାରତ ସରକାର ଯଥାଶୀଘ୍ର ଏହି ଭିତ୍ତିଚିତ୍ରକୁ ନେଇ ସ୍ପଷ୍ଟିକରଣ ରଖିବାକୁ କହିଛନ୍ତି ।