ସମାଧି ଉପରେ ପାଦ ରଖି ଫଟୋ ଉଠାଇବା ଯୁବତୀଙ୍କୁ ପଡିଲା ମହଙ୍ଗା ! ସୋସିଆଲ ମିଡିଆରେ ଭାଇରାଲ ଫଟୋକୁ ନେଇ ହଙ୍ଗାମା
ଆଜିକାଲି ଦୁନିଆରେ ସେଲଫି ଓ ଫଟୋର ଟ୍ରେଣ୍ଡ ଖୁବ୍ ଚାଲିଛି । ଯେ ଯେମିତି ପାରିଲା ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଆଉ କେତେ ଲାଇକ୍ ଆସିଲା ତାହାକୁ ନେଇ ଖୁସି ହେଉଛନ୍ତି । ଏଥିପାଇଁ ଅଜବ ଅଜବ ଫଟୋ ସବୁ କ୍ଲିକ୍ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେବାପାଇଁ ମଣିଷ ଆପଣାଉଛି ଅଦ୍ଭୁତ ଉପାୟ । ଭୁଲିଯାଉଛି ମାନବିକତା । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମେକ୍ସିକୋ ସହରରେ । ମେକ୍ସିକୋସ୍ଥିତ କାର୍ଦେନାଶରେ ହୋଇଥିବା ଏକ ଫଟୋସୁଟ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିରେ ୩ଜଣ ଯୁବତୀ କବରସ୍ଥଳୀରେ ସମାଧି ଉପରେ ପାଦ ରଖି ଫଟୋ ଉଠାଇଛନ୍ତିି । ଆଉ ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଫେସବୁକରେ ଏହି ଫଟୋ ପୋଷ୍ଟହେବା ପରେ କାର୍ଦେନାଶ ବାସିନ୍ଦା ଏନ୍ସି ହର୍ନାନ୍ଦେଜ ନାମକ ମହିଳା ଏହାକୁ ନେଇ ଆପତ୍ତିିଜନକ ମନ୍ତବ୍ୟ ଦେଇଛନ୍ତି ଏବଂ କବରସ୍ଥଳିଟି ତାଙ୍କ ଜେଜେ ବାପାଙ୍କର ହୋଇଥିବା ମହିଳାଜଣକ ଦାବି କରିବା ସହ ଫଟୋସୁଟ୍ ଅଥୋରିଟିରେ ମଧ୍ୟ ଅଭିଯୋଗ କରିଛନ୍ତି । ଏନ୍ସି କହିଛନ୍ତି, “ସେହି ମହିଳାମାନେ ନିଜକୁ ଭାବୁଛନ୍ତି କ’ଣ, ସେମାନେ ମୋ ଜେଜେଙ୍କ କବରସ୍ଥଳୀରେ ଏଭଳି ଫଟୋ ନେଲେ ! ” ଏବଂ ଏହା ମଧ୍ୟ କହିଛନ୍ତି ଏମାନଙ୍କୁ ବୋଧ ହୁଏ ତାଙ୍କ ଘରେ ସୁସଂସ୍କାର ଦିଆଯାଇନାହିଁ ,ବର୍ତ୍ତମାନ ଏମାନଙ୍କୁ ସମ୍ମାନ ଦେବା ମୁଁ ଶିଖାଇବି ।
ଏପଟେ ଏହି ପୋଷ୍ଟକୁ ନେଇ ଫେସବୁକରେ ମଧ୍ୟ ଚାଂଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଅନେକ ନେଗେଟିଭ କମେଂଟ ଆସୁଛି । ଏହି ଫଟୋକୁ ମେକଅପ୍ ଟିଚର ଆଗସୋ ଅଟ୍ରେଗା ଫେସବୁକରେ ପୋଷ୍ଟ କରିବା ସହ ନିଜର ୪ଲକ୍ଷ ଫଲୋୟର୍ସଙ୍କ ସହ ଶେୟାର କରିଛନ୍ତି । ଏହା ସହ ଏହି ଫଟୋ ଗୁଡିକୁ ୨୦ ହଜାର ଥର ଶେୟାର କରାଯାଇଛି । ଏବଂ ହଜାର ହଜାର କମେଂଟ ମିଳିଛି । ଅଧିକ ୟୁଜର୍ସ ଏହା ଏକ ଅପମାନ ସୂଚକ ଓ ମୃତତକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।
ଏହି ମାମଲାକୁ ନେଇ ସିଟି ଅଥୋରିଟି ପକ୍ଷରୁ କୌଣସି କମେଂଟ୍ ଆସିନାହିଁ । ଏହା ସହ ଏହି ଯୁବତୀମାନଙ୍କର ପରିଚୟର ବି ଖୁଲାସା ହୋଇନାହିଁ ।
(ସୌଜନ୍ୟ- ଦୈନିକ ଭାସ୍କର)