ବର୍ଷା ଦିନେ ପାଣି ଅଭାବ : ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ଶତାଧିକ ମହିଳା

71

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଭଞ୍ଜନଗର-ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ଶତାଧିକ ମହିଳା । ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୋଛବାଡ଼ି ଗାଁକୁ ୮ ମାସ ହେଲା ପିଇବା ପାଣି ଆସୁନଥିବାରୁ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ ।

ପିଇବା ପାଣି ପାଇଁ ବାରମ୍ବାର ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବାରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ଏହି ରାସ୍ତାର ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଇ ଘଣ୍ଟା ହେଲା ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଛି ।