ଦେଶ ଛାଡି ମାଳଦ୍ୱୀପରେ ଲୁଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି । ଗୋଟାବାୟା ରାଜପକ୍ଷେଙ୍କୁ ନେଇ ଭାରତର ଆଭିମୁଖ୍ୟ କ’ଣ ?

151

କନକ ବ୍ୟୁରୋ : ଦେଶ ଛାଡି ଚାଲିଗଲେ ଗୋଟାବାୟା ରାଜପକ୍ଷେ । ବାୟୁସେନା ସହାୟତାରେ ମାଳଦ୍ୱୀପ ଗଲେ ବୋଲି ସୂଚନା । ପରିବାରର ୫ ଜଣ ଓ ୩ ଜଣ କର୍ମଚାରୀ ସାଙ୍ଗରେ ଅଛନ୍ତି  । ସକାଳେ ମାଳଦ୍ୱୀପର ରାଜଧାନୀ ମାଲେରେ ପହଞ୍ଚିଛନ୍ତି । ମାଲେ ପୋଲିସ ଅଜ୍ଞାତ ସ୍ଥାନକୁ ନେଇଯାଇଛି । ମାଲେର ବାଚସ୍ପତି ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କ ସହଯୋଗ ରହିଛି ।

ମାଲେରୁ ଅନ୍ୟତ୍ର ଯାଇପାରନ୍ତି ଗୋଟାବାୟା ।  ଆଜି ସଂସଦରେ ଗୋଟାବାୟାଙ୍କ ଇସ୍ତଫା ବାବଦରେ ଘୋଷଣା । ଗତକାଲି ଇସ୍ତଫା ପତ୍ରରେ ଗୋଟାବାୟା ହସ୍ତାକ୍ଷର କରିଥିଲେ । ଇସ୍ତଫା ପୂର୍ବରୁ ଗୋଟାବାୟା ସର୍ତ ରଖିଥିଲେ । ପରିବାର ଲୋକଙ୍କ ସହ ସୁରକ୍ଷିତ ଦେଶ ଛାଡିବାକୁ ତାଙ୍କର ସର୍ତ ଥିଲା । ରାଷ୍ଟ୍ରପତି ଭବନ ଛାଡି ସମୁଦ୍ର ଭିତରେ ଥିଲେ । ଗତ ଶୁକ୍ରବାରଠାରୁ ରାଷ୍ଟ୍ରପତି ଆତ୍ମଗୋପନ କରିଥିଲେ ।

ରାଜପକ୍ଷେଙ୍କୁ ନେଇ ଭାରତର ଆଭିମୁଖ୍ୟ

– ଭାରତ ସହାୟତାରେ ଗୋଟାବାୟା ମାଳଦ୍ୱୀପ ଯାଇଥିବା ଚର୍ଚ୍ଚା
– ଚର୍ଚ୍ଚାକୁ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତାବାସର ଖଣ୍ଡନ
– ଶ୍ରୀଲଙ୍କାର ନେତା ନୁହେଁ ଜନତାଙ୍କ ସହ ରହିଛି ଭାରତ
– ପୂର୍ବରୁ ଆର୍ଥିକ ସହାୟତା କରି ଆସୁଛି ଭାରତ
– ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ଯୋଗାଇଛି ନୂଆଦିଲ୍ଲୀ

ରାତିରେ ଦୁବାଇ ଯାଇପାରିନଥିଲେ

– ଦୁବାଇ ଯିବାକୁ ଯୋଜନା କରିଥିଲେ ଗୋଟାବାୟା
– ବିମାନରେ ଭିଆଇପି ପାସ୍ ମିଳିନଥିଲା
– ସାଧାରଣ ଲୋକଙ୍କ ଆକ୍ରମଣର ଭୟ ରହିଥିଲା
– ତେଣୁ ଜାଣିଶୁଣି ୟୁଏଇ ଯାଉଥିବା ବିମାନରେ ଚଢିନଥିଲେ
– ରାତିରେ ସାମରିକ ଘାଟିରେ ରହିଥିଲେ
– ଖସାଇଦେବାରେ ସହାୟତା କଲା ଶ୍ରୀଲଙ୍କା ବାୟୁସେନା
– ପରେ ମାଳଦ୍ୱୀପ ଯାଇଛନ୍ତି ଗୋଟାବାୟା

ଦେଶ ଛାଡିପାରିଲେନି ରାଷ୍ଟ୍ରପତିଙ୍କ ଭାଇ

– ଗୋଟାବାୟା ରାଜପକ୍ଷେଙ୍କ ସାନ ଭାଇ ବାସିଲ ରାଜପକ୍ଷେ
– ନିକଟରେ ଅର୍ଥମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା
– ଆମେରିକା ଏବଂ ଶ୍ରୀଲଙ୍କାର ନାଗରିକତ୍ୱ ରଖିଛନ୍ତି ବାସିଲ
– ଦୁବାଇ ଯିବାକୁ ଯୋଜନା କରିଥିଲେ
– ବିମାନ ବନ୍ଦର କର୍ତୃପକ୍ଷ ସହଯୋଗ କରିନଥିଲେ
– ଦେଶ ଛାଡି ଯିବା ପଣ୍ଡ ହୋଇଥିଲା

କ୍ଷମତାରେ ରାଜପକ୍ଷେ ପରିବାର

– ଗୋଟାବାୟା ୨୦୧୯ରେ ରାଷ୍ଟ୍ରପତି ପଦରେ ବସିଥିଲେ
– ୨ ବର୍ଷ ୭ ମାସ ରାଷ୍ଟ୍ରପତି ପଦରେ ଥିଲେ
– ମହିନ୍ଦା ରାଜପାକ୍ଷେ ୨୦୦୫ରୁ ଲଗାତର ୧୦ ବର୍ଷ ରାଷ୍ଟ୍ରପତି ଥିଲେ
– ଏହାପରେ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ଥିଲେ
– ବିରୋଧ ପରେ ମେ ୯ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ
– ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବାସିଲ ରାଜପକ୍ଷେ
– କ୍ଷମତାରେ ଥିବା ବେଳେ ଚଳୁ କରିଥିଲେ ୪୨ ହଜାର କୋଟି