ବିଜେଡିର ଦଳୀୟ କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ତଥାଗତ ସତପଥୀ: କହିଲେ, ସାମ୍ବାଦିକ ଭାବେ ଆସିଛି, ୨୦୨୪ ନିର୍ବାଚନ ଲଢ଼ିବାକୁ ନାହିଁ ଇଚ୍ଛା

518

କନକ ବ୍ୟୁରୋ: ଶଙ୍ଖ ଭବନରେ ତଥାଗତ । ତଥାଗତ ଶତପଥୀଙ୍କୁ ଶଙ୍ଖ ଭବନର କାର୍ଯ୍ୟକ୍ରମରେ ଦେଖି ରାଜନୈତିକ ସମୀକ୍ଷକମାନେ ବିଭିନ୍ନ ପ୍ରକାରର ଆଶା ଆଶଙ୍କା କରିଛନ୍ତି । ପୁଣି ଥରେ ବିଜେଡ଼ିକୁ ଫେରିଲେ କି ତଥାଗତ? ୨୦୨୪ ନିର୍ବାଚନ ପୂର୍ବରୁ ତଥାଗତ ବିଜେଡ଼ିକୁ ନେଇ କିଛି ଚିନ୍ତା କରୁଛନ୍ତି କି?ଶଂଖଭବନରେ ଏହି ସବୁ ପ୍ରଶ୍ନ ଆଜି ତଥାଗତଙ୍କୁ ପଚାରିଥିଲେ ସାମ୍ବାଦିକ ।ବର୍ଷେ ପୂର୍ବରୁ କହିଥିବା କଥାକୁ ପୁଣି ଦୋହରାଇଥିଲେ ତଥାଗତ । କହିଛନ୍ତି ମୁଁ ନିର୍ଦ୍ଦଳୀୟ । ମୁଁ ବିଜେଡ଼ିରେ ନାହିଁ । ମୁଁ ସାମ୍ବାଦିକ ହିସାବରେ କାର୍ଯ୍ୟକ୍ରମକୁ ଆସିଥିଲି । ବିଜେଡ଼ି ସଭାପତିଙ୍କ ନିମନ୍ତ୍ରଣ କ୍ରମେ ମୁଁ ଶଂଖଭବନକୁ ଆସିଥିଲି । ୨୦୨୪ ନିର୍ବାଚନକୁ ନେଇ ପ୍ରଶ୍ନ କରିବା ପରେ ତଥାଗତ କହିଛନ୍ତି ୨୦୨୪ ନିର୍ବାଚନ ଲଢିବାକୁ ମୋର ଇଚ୍ଛା ନାହିଁ । ଶଂଖଭବନକୁ ଆସି ଭଲ ଲାଗିଲା । କିନ୍ତୁ ରାଜନୈତିକ ସମୀକ୍ଷକମାନେ ଏହି ଘଟଣାକୁ ନେଇ ରାଜନୀତିର ଅନ୍ୟ ଗନ୍ଧ ବାରୁଛନ୍ତି ।