ନୂଆ ଦଳର ନାଁ ଘୋଷଣା କଲେ ଗୁଲାମ ନବୀ ଆଜାଦ୍ । ନାଁ  ରଖିଲେ ‘ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି’

80

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ନିଜ ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିଛନ୍ତି । ଦଳର ନାଁ ରଖିଛନ୍ତି ‘ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି’ । କଂଗ୍ରେସଠାରୁ ଅଲଗା ହୋଇଯିବା ପରେ ଆଜି ନିଜର ଏକ ରାଜନୈତିକ ଦଳର ନାଁ ଔପଚାରିକ ଭାବେ ଘୋଷଣା କରିଛନ୍ତି ।  ଏହି ଅବସରରେ ଆଜି ଜମ୍ମୁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ କହିଲେ, ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ନିକଟରେ ମୁଁ କୃତଜ୍ଞ। ଆମେ ସ୍ବାଧୀନ ଚିନ୍ତା ଓ ଆଦର୍ଶରେ ଅନୁପ୍ରାଣିତ ହେଉଥିବାରୁ ଏ ଦଳଟି ଗୋଟାଏ ଗଣତାନ୍ତ୍ରିକ ଦଳ ହେବ।