ପାକ୍ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ମେଜର ରାଙ୍କ ଅଧିକାରୀ, ୩ ଏସପିଜି କମାଣ୍ଡୋଙ୍କ ସହ ୬ମୃତ

137

କନକ ବ୍ୟୁରୋ: ପାକିସ୍ତାନ ବାଲୋଚିସ୍ତାନରେ ପାକିସ୍ତାନ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୨ ମେଜେରଙ୍କ ସମେତ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ଆଇଏସ୍‌ପିଆର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ହରନାଇ ଜିଲ୍ଲାର ଖୋଷ୍ଟ ସହରରେ ଗୋଟିଏ ଉଡ଼ାଣ ମିଶନରେ ହେଲିକପ୍ଟରଟି ବାହାରିଥିଲା। ତେବେ ଉଡ଼ାଣର କିଛି ସମୟ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୬ ମୃତକଙ୍କ ମଧ୍ୟରେ ହେଲିକପ୍ଟରର ପାଇଲଟ ମଧ୍ୟ ରହିଛନ୍ତି।

ପ୍ରାଣ ହରାଥିବା ବ୍ୟକ୍ତିମାନେ ହେଲେ ମେଜର ଖୁରାମ ଶାହଜାଦ, ମେଜର ମହମ୍ମଦ ମୁନୀବ ଅଫଜଲ, ସୁବେଦାର ଅବଦୁଲ ୱାହିଦ, ସିପାହୀ ମହମ୍ମଦ ଇମରାନ, ନାଏକ ଜାଲିଲ ଓ ସିପାହୀ ସୋହେବ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିବା ଜଣାପଡିଛି ।